କନକ ବ୍ୟୁରୋ: ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ନିକଟକୁ ରାତାରାତି ସଫଳତା ଆସିନଥାଏ । ଏମାନଙ୍କ ପଛରେ ସଂଘର୍ଷର ଏକ ଦୀର୍ଘ କାହାଣୀ ନିଶ୍ଚୟ ଦେଖିବାକୁ ମିଳେ । ଏବେକାର ବଲିଉଡ ତାରକା କ୍ରିତି ସନନଙ୍କ କାହାଣୀ ବି କିଛି ଏହିପରି । ସଫଳତା ପାଇବା ପୂର୍ବରୁ ତାଙ୍କୁ ବି କିଛି କମ୍ ସଂଘର୍ଷ କରିବାକୁ ପଡିନି । ୨୦୧୪ରେ ଫିଲ୍ମ ‘ହିରୋପନ୍ଥି’ ରୁ ବଲିଉଡରେ ପଦାର୍ପଣ କରିଥିବା କୃତି ଏବେ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାମ । ହେଲେ ଏହା ପୂର୍ବରୁ ନିଜ ପ୍ରତିଭାର ପରିଚୟ ଦେବା ଲାଗି ତାଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡିଥିଲା ।
ନିଜ ପ୍ରଥମ ରାମ୍ପୱାକରେ ସେ ଏପରି କିଛି ତ୍ରୁଟି କରିଥିଲେ ତାଙ୍କୁ ପ୍ରବଳ ଗାଳି କରିଥିଲେ କୋରିଓଗ୍ରାଫର । ତାଙ୍କୁ ୨୦ଜଣ ମଡେଲଙ୍କ ସାମନାରେ ନିର୍ଦ୍ଧୁମ ଗାଳି ଦେଇଥିଲେ । ଫଳରେ ସେ ସେଠାରୁ ଘରକୁ ଫେରିବା ବେଳେ ଅଟୋରେ କାନ୍ଦି କାନ୍ଦି ଆସିଥିଲେ । ଘରେ ମଧ୍ୟ ମା’ଙ୍କ ପାଖରେ ପ୍ରବଳ କାନ୍ଦିଥିଲେ । ହେଲେ ମା’ ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ତାଙ୍କର ଏଭଳି ସ୍ଥିତି ଦେଖି ତାଙ୍କୁ ଅନକ ବୁଝାଇବା ସହ ନିଜ ଭାବାବେଗକୁ ପଛରେ ପକାଇ ନିଜକୁ ଦୃଢ କରିବାକୁ କହିଥିଲେ । ଆତ୍ମବିଶ୍ୱାସର ସହ ଆଗେଇଯିବାକୁ କହିଥିଲେ । ମା’ଙ୍କ କଥାନୁସାରେ ନିଜ ମନକୁ ବଳିଷ୍ଠ କରିଥିଲେ ।