କୃଷ୍ଣପ୍ରସାଦ ବ୍ଲକ ଅଫିସରେ କାର୍ଯ୍ୟ ସମୟରେ ଝୁଲୁଛି ତାଲା। ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି ସରକାରୀ ବାବୁ।

କୃଷ୍ଣପ୍ରସାଦ ବ୍ଲକ ଅଫିସରେ କାର୍ଯ୍ୟ ସମୟରେ ଝୁଲୁଛି ତାଲା। ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି ସରକାରୀ ବାବୁ।

କନକ ବ୍ୟୁରୋ: ବ୍ଲକ ଅଫିିସରେ ଝୁଲୁଛି ତାଲା । କାର୍ଯ୍ୟାଳୟକୁ ଆସୁନାହାନ୍ତି ସରକାରୀ ବାବୁ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ସରକାରୀ ବାବୁଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୨୧ଟି ପଂଚାୟତର ଲୋକେ ବିଭିନ୍ନ କାମ ପାଇଁ ଏଠାକୁ ଆସି ନିରାଶ ହୋଇ ଫେରୁଛନ୍ତି । ଦିନ ଦୁଇଟା ବାଜିଥିଲେ ମଧ୍ୟ ସମସ୍ତ ସରକାରୀ ବ୍ଲକ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।

୨୫ରୁ ଅଧିକ ସରକାରୀ କର୍ମଚାରୀ ଥିଲେ ମଧ୍ୟ ଦୁଇ ତିନି ଜଣଙ୍କୁ ଛାଡ଼ିଦେଲେ କୌଣସି କର୍ମଚାରୀଙ୍କୁ ଦେଖିବାକୁ ମିଳୁନାହିଁ । ଉପସ୍ଥିତ ଥିବା କର୍ମଚାରୀଙ୍କୁ ପଚାରିବାରୁ କର୍ମଚାରୀ ମାନେ ଖାଇବାକୁୁ ଯାଇଥିବା କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe