କନକ ବ୍ୟୁରୋ: ରାମାୟଣ ବର୍ଣ୍ଣନା କରିବା କିଛି ନୂଆ କଥା ନୁହେଁ । କିନ୍ତୁ ନିଜ ଭାଷାରେ ଲେଖିବା ତାହା ମଧ୍ୟ ପ୍ରତିଟି ଶବ୍ଦ ଅ ଅକ୍ଷରରୁ ଆରମ୍ଭ ନିହାତି ନିଆରା କଥା । ଓଡ଼ିଶାରେ ପ୍ରଥମ ଅମୂଲ୍ୟ ରାମାୟଣ ଲେଖା ହୋଇଥିବା ବେଳେ ଏହାକୁ ଲେଖିବାକୁ ୧୪ ବର୍ଷ ସମୟ ଲାଗିଛି ।
ଜୟପୁର ସହରର ୮୬ ବର୍ଷିୟ ଶ୍ରୀ କୃଷ୍ଣଚନ୍ଦ୍ର ଭୁକ୍ତା ଏହାକୁ ଲେଖିଛନ୍ତି । କୃଷ୍ଣଚନ୍ଦ୍ର ଅଡିଟର ଭାବେ ସରକାରୀ ଅଫିସରେ କାର୍ଯ୍ୟ କରୁଥିଲେ । ଅବସର ପରେ ଏହି ଅମୂଲ୍ୟ ରାମାୟଣ ଲେଖିବା ଆରମ୍ଭ କରିଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କ ଆର୍ଶୀବାଦରୁ ଏହି ପୁସ୍ତକଟି ରଚନା କରିଛନ୍ତି, ନ ବୁଝିବା ଶବ୍ଦ ମଧ୍ୟ ଆପେ ଆପେ ପୂରଣ ହୋଇଯାଇଛି ବୋଲି କୃଷ୍ଣଚନ୍ଦ୍ର ଭୁକ୍ତା କହିଛନ୍ତି ।
Follow Us