ହିନ୍ଦୀ ସିନେ ଜଗତର ପ୍ରଥମ ସୋ’ ମ୍ୟାନ୍ ରାଜ୍ କପୁରଙ୍କ ପତ୍ନୀ କ୍ରୀଷ୍ଣା ରାଜ କପୁରଙ୍କର ଆଜି ସକାଳେ ମୁମ୍ବାଇଠାରେ ପରଲୋକ ହୋଇ ଯାଇଛି। ସେ ଭୋର ୪ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି ।ତାଙ୍କର ପରଲୋକ ଖବର ପ୍ରଥମେ ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନ୍ ନିଜର ଟ୍ୟୁଟର ଜରିଆରେ ସମସ୍ତଙ୍କୁ ଜଣାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

Advertisment

publive-image

ସେ ୧୯୪୬ ମସିହାରେ ସୋ’ ମ୍ୟାନ୍ ରାଜ୍ କପୁରଙ୍କୁ ବିବାହ କରିଥିଲେ। ତାଙ୍କର ତିନି ପୁଅ ଅଛନ୍ତି। ସେମାନେ ହେଲେ ରଣଧୀର କପୁର,ଋଷି କପୁର ଏବଂ ରାଜୀବ କପୁର। ଏମାନେ ସମସ୍ତେ ଅଭିନେତା-ନିର୍ଦ୍ଦେଶକ। ଠିକ୍ ସେହିପରି ବିଗତ ଦିନର ଲୋକପ୍ରିୟ ନାୟିକା ବବିତା ଏବଂ ନୀତୁ ସିଂହ ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ବୋହୂ। ଆଜିକାର ଲୋକପ୍ରିୟ ବଲିଉଡ ନାୟକ ରଣବୀର କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତି। ଠିକ୍ ସେହିପରି ଜଣାଶୁଣା ଅଭିନେତ୍ରୀ କରିସ୍ମା କପୁର ଏବଂ କରିନା କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତୁଣୀ।

publive-image

୧୯୮୮ରେ ରାଜ କପୁରଙ୍କ ନିଧନ ପରେ ସେ ପୁରା ପରିବାରକୁ ସମ୍ଭାଳିଥିଲେ । କୃଷ୍ଣା ରାଜ କପୁରଙ୍କ ନିଧନ ପରେ ପୁରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ରଣଧୀର କପୁର ମା’ଙ୍କ ନିଧନରେ ଶୋକ ପ୍ରକାଶ କରି କହିଥିଲେ, ‘ମୋତେ ଏହା କହିବାକୁ ଦୁଃଖ ଲାଗୁଛି ଯେ ଆଜି ସକାଳେ ମୁଁ ମୋ ମାଙ୍କୁ ହରେଇଦେଲି ।’ ସେହିପରି ରିଦ୍ଧିମା କପୁର ଜେଜେମାଙ୍କ ନିଧନ ପରେ ଇଂଷ୍ଟାଗ୍ରାମରେ ତାଙ୍କର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ମୁଁ ଆପଣଙ୍କ ସବୁବେଳେ ଭଲ ପାଇବି ଦାଦି..ଆରଆଇପି ।’