ପାରାଲିମ୍ପିକ୍ସ: ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନରେ କ୍ରୀଷ୍ଣା ନାଗରଙ୍କୁ ଗୋଲ୍ଡ ମେଡାଲ ।

71

କନକ ବ୍ୟୁରୋ: ପାରାଲିମ୍ପିକ୍ସରେ କମାଲ କରୁଛନ୍ତି ଭାରତୀୟ ପାରା ଖେଳାଳି । ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ସ୍ୱର୍ଣ୍ଣ ମିଳିଛି । ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ଜିତିଲେ କ୍ରିଷ୍ଣା ନାଗର । ବ୍ୟାଡମିଟନ୍ ଏସଏଚ-୬ ବର୍ଗରେ ହଂକଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଲେ କ୍ରିଷ୍ଣା ନାଗର । ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୯ରେ ପହଞ୍ଚିଲା । ପ୍ରମୋଦଙ୍କ ପରେ ପରେ କମାଲ କଲେ କ୍ରୀଷ୍ଣା ନାଗର । ଭାରତକୁ ଦେଇଛନ୍ତି ଆଉ ଏକ ସୁନା ପଦକ । ତେବେ ଏହି ସ୍ୱର୍ଣ୍ଣ ସହ ଟୋକିଓ ପାରାଲିମ୍ପିକ୍ସରେ ପାରା ବ୍ୟାଡମିଣ୍ଟନରେ ଚତୁର୍ଥ ପଦକ ପାଇଥିବା ବେଳେ ଭାରତର ମୋଟ୍ ପଦକ ସଂଖ୍ୟା ୧୯ରେ ପହଞ୍ଚିଲା ।

ଏହି ଚୂଡ଼ାନ୍ତ ପ୍ରତିଯୋଗିତାରେ ନାଗର ୨୧-୧୭,୧୬-୨୧,୨୧-୧୭ରେ କାଇଙ୍କୁ ପରାସ୍ତ କରିଛନ୍ତି। ଜଣେ ବାସ୍ତବ ଚାମ୍ପିଅନ୍‌ ଭଳି କ୍ରୀଡ଼ା ନୈପୂଣ୍ୟ ପ୍ରଦର୍ଶନ କରି ଜଟିଳ ପରିସ୍ଥିତିରେ ପ୍ରତିଦ୍ବନ୍ଦ୍ବିତା କରି ସେ ବିଜୟ ମଣ୍ଡିତ ‌ହୋଇଛନ୍ତି।

ଆଜିର ପ୍ରଥମ ଗେମ୍‌ରେ ନାଗର ହଙ୍ଗ୍‌କଙ୍ଗ୍‌ର ମାନ୍‌ କାଇଙ୍କୁ ୨୧-୧୭ରେ ପରାସ୍ତ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ୬-୬ରେ ରହିଥିଲା। ଦ୍ବିତୀୟ ଗେମ୍‌ରେ ନାଗର ମାନ୍‌ କାଇଙ୍କ ଠାରୁ ପରାସ୍ତ ହୋଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ଗେମ୍‌ରେ ନାଗର ୫-୧ରେ ଅଗ୍ରଣୀ ରହିଥିବା ପରେ ଚତୁର୍ଥ ଗେମ୍‌ରେ ମାନ୍‌ କାଇଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।