କନକ ବ୍ୟୁରୋ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପକଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂରହୁଏ ବୋଲି ବିଶ୍ୱାସ ରହିଛିା
ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଉତର ପ୍ରଦେଶର ମଥୁରା, ବୃନ୍ଦାବନ ଆଦି ଅଂଚଳରେ ଏହା ତାଙ୍କର ପ୍ରମୁଖ ଉତ୍ସବ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଏହି ଅବସରରେ ରାସଲୀଳା ବା କୃଷ୍ଣଲୀଳା ଆୟୋଜିତ ହୁଏ । ଦେଶର କେତେକ ଅଂଚଳରେ ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଏ ।
ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ
• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବମାସ କୃଷ୍ଣ ଅଷ୍ଟମୀ ତିଥିରେ ହୋଇଥିବା କାରଣରୁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ ।
• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ରରେ ହୋଇଥିଲା, ଏଥିପାଇଁ ଜନ୍ମାଷ୍ଟମୀର ନିର୍ଦ୍ଧାରିତ ତିଥି ତଥା ରୋହିଣୀ ନକ୍ଷତ୍ରକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ।
• ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
• ଗ୍ରହ ଦୋଷ ଥିଲେ ଏହି ବ୍ରତ ଅତି ନିଷ୍ଠାର ସହ କରିବାଦ୍ୱାରା ସୁଫଳ ମିଳିଥାଏ ।
ଜନ୍ମାଷ୍ଟମୀର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମତିଥିକୁ ବା ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଓଷାଉପବାସର ଫଳ ମିଳିଥାଏ । ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ତେବେ ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/JANMASTIMI-2.jpg)
/kanak/media/post_attachments/wp-content/uploads/2019/08/1_2017081310091415_650x-300x202.jpg)
/kanak/media/post_attachments/wp-content/uploads/2019/08/0bdecbcc4b7a7feb2469f8fe55fdf971-300x197.jpg)