କନକ ବ୍ୟୁରୋ : ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଆସିଲା ଆଲ୍ଲାବାଦ ହାଇକୋର୍ଟ ବଡ ରାୟ । ମଥୁରା ସ୍ଥିତ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଓ ଶାହି ଇଦଗାହ ମସଜିଦ ମଧ୍ୟରେ ଥିବା ବିବାଦୀୟ ପରିସରରେ ହେବ ଏଏସଆଇ ସର୍ଭେ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଜଣକିଆ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଓ ଶାହି ଇଦଗାହ ପ୍ରସଙ୍ଗରେ ବର୍ଷ ବର୍ଷ ଧରି ଜାରି ରହିଛି ଆଇନଗତ ଲଢେଇ । ଶ୍ରୀକୃଷ୍ଣ ଜନ୍ମଭୂମିର ସର୍ଭେ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏବେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ପରିସରରେ ସର୍ଭେ କରିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ୩ ଜଣ କମିଶନରଙ୍କୁ ନିଯୁକ୍ତି କରାଯିବ । ହିନ୍ଦୁ ପକ୍ଷ ଦାବି ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ମନ୍ଦିର ଭାଙ୍ଗି ଇଦଗାହି ମସଜିଦ ନିର୍ମାଣ କରାଯାଇଛି । ମୋଗଲ ଶାସନର ଓøରଙ୍ଗଜେବଙ୍କ ଦ୍ୱାରା ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିଲା । ଏବେ ହାଇକୋର୍ଟ ଏଏସଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେବା ପରେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟ ଯାଇପାରନ୍ତି ।
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୃଷ୍ଣ ଜନ୍ମଭୂମିକୁ ଲାଗିଥିବା ଇଦଗାହର ହେବ ଏଏସଆଇଏ ସର୍ଭେ
/kanak/media/post_attachments/wp-content/uploads/2023/12/28-13.jpg)