ପରଦାରେ ଚିତ୍ରିତ ହୋଇଥିବା କୃଷ୍ଣଙ୍କ ଚରିତ୍ର ! କେଉଁ କଳାକାର ଆପଣଙ୍କର ଅତି ପ୍ରୀୟ ।

204

ଏମିତି ତ ଭଗବାନ କଷ୍ଣଙ୍କର ପ୍ରତ୍ୟେକଟି ରୂପ ମନମୋହକ । ସେଥିପାଇଁ ବୋଧହୁଏ ଟିଭିରେ ପ୍ରତିଥର ନଜର ଆସିଥିବା କଷ୍ଣଙ୍କ ଲୀଳାକୁ ନେଇ ନିର୍ମିତ ସିରିଅଲକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଟିଭି ପରଦାରେ ଏପର୍ୟ୍ୟନ୍ତ କୃଷ୍ଣଙ୍କ ଚରିତ୍ରରେ ଭିନ୍ନ ଭିନ୍ନ କଳାକାର ଅଭିନୟ କରିଛନ୍ତି । ଆସନ୍ତୁ ଆଲୋଚନା କରିବା ସେହିଭଳି କିଛିି ଚରିତ୍ରଙ୍କ ବିଷୟରେ ।

ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଶ୍ରୀକୃଷ୍ଣ’କୁ ଆଜି ବୋଧହୁଏ ସମସ୍ତେ ମନେ ରଖିଛନ୍ତି । ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ଏହି ସିରିଅଲର ୨୨୧ଟି ଏପିସୋଡ ପ୍ରସାରିତ କରିଥିଲେ । ଏହି ସିରିଅଲ ଏତେ ଜନପ୍ରିୟ ହୋଇଥିଲାଯେ ଅନ୍ୟ କେତେକ ଚ୍ୟାନେଲରେ ମଧ୍ୟ ଅନ ଏୟାର କରାଗଲା । ସିରିଅଲରେ କୃଷ୍ଣଙ୍କ ଚରିତ୍ରରେ ସ୍ୱପନିଲ ଜୋଶୀ ନଜର ଆସିଥିଲେ ।

କଲର୍ସ ଚ୍ୟାନେଲରେ ଟେଲିକାଷ୍ଟ ହୋଇଥିବା ‘ଜୟ ଶ୍ରୀକୃଷ୍ଣ’ ଦର୍ଶକଙ୍କର ଧ୍ୟାନକୁ ଆକର୍ଷିତ କରିଥିଲା । ଏହାର କାରଣ ଥିଲା କ୍ୟୁଟ କୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିବା କୁନି କଳାକାର ଦୂର୍ତ୍ତି ଭାଟିୟା । ସୁନ୍ଦର ଅଭିନୟରେ ସେ ଦର୍ଶକଙ୍କ ହୃଦୟକୁ ଜିତି ନେଇଥିଲେ ।

ଋାମାନନ୍ଦ ସାଗରଙ୍କ ସିରିଅଲ ‘ଶ୍ରୀ କୃଷ୍ଣ’ ଙ୍କ ଚରିତ୍ରରେ ନଜର ଆସିଥିବା ସର୍ବାଦାମନ ଡି ବାନାର୍ଜୀଙ୍କ ମନ ମୋହକ ହସକୁ ବା କିଏ ଭୁଲି ପାରିଛି । ଆଜି ମଧ୍ୟ ସେହି ଚରିତ୍ରକୁ ସେତିକି ପସନ୍ଦ କରାଯାଉଛି ଯେତିକି ୧୯୯୩ରେ କରାଯାଉଥିଲା ।

ଇି,ଆର ଚୋପ୍ରାଙ୍କ ହିଟ ଧାରାବାହିକ ‘ମହାଭାରତ’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିବା ନିତୀଶ ଭରଦ୍ୱାଜଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହାକୁ ରବି ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ ।

ଧାରାବାହିକ ‘ଦ୍ୱାରକାଧୀଶ’ରେ ବିଶାଲ କରାବଲେଙ୍କ ଚରିତ୍ରକୁ ମଧ୍ୟ ଖୁବ ପସନ୍ଦ କରାଯାଇଥିଲା । ଏହା ଇମାଜିନ ଟିଭିରେ ପ୍ରସାରିତ ହୋଇଥିଲା ।

୨୦୧୩ରେ ଷ୍ଟାର ପ୍ଲସରେ ‘ମହାଭାରତ’ରେ କୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିବା ଏଥିରେ ୨୬୭ଟି ଏପିସୋଡ ଥିଲା ।