କନକ ବ୍ୟୁରୋ: ଥମିବାର ନାଁ ନେଉନି ରୁଷ-ୟୁକ୍ରେନ ଯୁଦ୍ଧ । ସୋମବାର ରୁଷ ପକ୍ଷରୁ ୟୁକ୍ରେନ ଉପରେ ହୋଇଛି ବଡ ଧରଣର ମିସାଇଲ ଆକ୍ରମଣ । ୟୁକ୍ରେନ ସୀମାନ୍ତରେ ଥିବା ବ୍ରିୟନକ୍ସ୍ସ ଅଂଚଳରେ ଏକ ମାଲବାହୀ ଟ୍ରେନ ଉପରେ ହୋଇଛି ମିଜାଇଲ ଆକ୍ରମଣ । ଏଥିସହ ମେକାଲାଇବ ସହରରେ ଥିବା ବଡ ବଡ ଅଟ୍ଟାଳିକା ନଷ୍ଟ ହେବା ସହ ୩୪ ଜଣରୁ ଅଧିକ ଆହତ ହୋଇଛନ୍ତି । ରବିବାର ବିଳମ୍ବିତ ରାତି ପ୍ରାୟ ସାଢେ ୩ ଟା ବେଳେ ଲୋକେ ଶୋଇଥିବା ବେଳେ ହୋଇଛି ଏହି ଆକ୍ରମଣ । ରୁଷ ମୋଟ୍ ୧୮ ମିସାଇଲ ନିକ୍ଷେପ କରିଥିବା ବେଳେ ୟୁକ୍ରେନ ସେନା ଦ୍ୱାରା ୧୫ଟି ମିସାଇଲ ନଷ୍ଟ କରିଦିଆଯାଇଛି । ତେବେ ମିସାଇଲ ଆକ୍ରମଣ ପୂର୍ବରୁ ରାଜଧାନୀ କ୍ୱିଭ୍ରେ ଏୟାର ଷ୍ଟ୍ରାଇକ୍ ନେଇ ବାଜିଥିଲା ସାଇରନ୍ । ଏହାପରେ ରୁଷ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ୟୁକ୍ରେନ ଦାବି କରିଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ସେ ରୁଷ ନିକଟରେ କେବେ ଆତ୍ମସମର୍ପଣ କରିବେ ନାହିଁ । ରୁଷ ସେନା ହାତରେ ଧରାପଡିବା ଅପେକ୍ଷା ମୃତ୍ୟୁ ଶେୟସ୍କର ବୋଲି କହିଛନ୍ତି ଜେଲେନସ୍କି ।