କୋଝିକୋଡ ରନ୍‌ୱେ-୧୦ ଅସୁରକ୍ଷିତ: ୯ ବର୍ଷ ପୂର୍ବେ ସତର୍କ କରାଇଥିଲେ ବିଶେଷଜ୍ଞ

Advertisment
କୋଝିକୋଡ ରନ୍‌ୱେ-୧୦ ଅସୁରକ୍ଷିତ: ୯ ବର୍ଷ ପୂର୍ବେ ସତର୍କ କରାଇଥିଲେ ବିଶେଷଜ୍ଞ

କନକ ବ୍ୟୁରୋ : କୋଝିକୋଡ୍‌ ବିମ‌ାନବନ୍ଦରରେ ହୋଇଥିବା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଯଦି ବିଶେଷଜ୍ଞଙ୍କ ପରାମର୍ଶ ମାନି କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତେ, ହୁଏତ ଦୁର୍ଘଟଣା ଘଟିନଥାନ୍ତା। ଜଣେ ଶୀର୍ଷ ବିଶେଷଜ୍ଞ ଏନେଇ ପୂର୍ବରୁ ସତର୍କ କରାଇଥିଲେ। ଏକ ବଡ଼ ଖାଲ ନିକଟରେ ଥିବା ଏହି ରନ୍‌ୱେ ଅତି ବିପଦ ବୋଲି ସେ କହିଥିଲେ ଏବଂ ୯ ବର୍ଷ ପୂର୍ବେ ସେ ସତର୍କ କରାଇଥିଲେ। ବୋଇଙ୍ଗ୍‌ ୭୩୭ ବିମାନ୨ ଥର ରନ୍‌ୱେ ୧୦ରେ ଲ୍ୟାଣ୍ଡ୍‌ କରିବାକୁ ଉଦ୍ୟମ କରିଥିଲା। ଶେଷରେ ଏହା କ୍ରାସ୍‌ ଲ୍ୟାଣ୍ଡ୍‌ କରିଥିଲା। ବିମାନଟି ଲ୍ୟାଣ୍ଡ୍‌ କରିବା ପରେ ମଧ୍ୟ ଏହା ରନ୍‌ୱେ ଶେଷ ପର୍ଯ୍ୟନ୍ତ ଯାଇ ଖାଲକୁ ଖସି ଦୁଇ ଖଣ୍ଡ ହୋଇଯାଇଥିଲା।

କୋଝିକୋଡ୍‌ ବିମାନ ବନ୍ଦରରେ ଏକ ଟେବଲ୍‌ଟପ୍‌ ରନ୍‌ୱେ ଅଛି। ବିମାନବନ୍ଦରଟି ଏକ ପର୍ବତ ଉପରେ ଅବସ୍ଥିତ। ତେବେ ବିମାନ ବନ୍ଦର ରନ୍‌ୱେର ଲମ୍ବ ଏବଂ ବିଭିନ୍ନ ସୁରକ୍ଷା ପ୍ରସଙ୍ଗ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଏହି ବମାନବନ୍ଦରକୁ ବଡ଼ ବିମାନ ଉଡ଼ାଣ କରିବା ବନ୍ଦ କରିଦେଇଛନ୍ତି। ତେବେ ବାୟୁ ସୁରକ୍ଷା ବିଶେଷଜ୍ଞ କ୍ୟାପଟେନ୍‌ ମୋହନ ରଙ୍ଗନାଥନ କହିଛନ୍ତି, ୯ ବର୍ଷ ପୂର୍ବେ ସେ ଏକ ରିପୋର୍ଟ‌୍ ମାଧ୍ୟମରେ ଜଣାଇଥିଲେ ଯେ, କୋଝି କୋଡ୍‌ ବିମାନବନ୍ଦର ଲ୍ୟାଣ୍ଡିଂ ପାଇଁ ଆଦୌ ସୁରକ୍ଷିତ ନୁହେଁ।

କେରଳର ୪ଟି ବିମାନ ବନ୍ଦର ମଧ୍ୟରୁ କୋଝିକୋଡ୍‌ ବିମାନବନ୍ଦର ସବୁଠୁ କ୍ଷୁଦ୍ର। ପୂର୍ବରୁ ପ୍ରବଳ ବର୍ଷା‌ ଯୋଗୁଁ ଏହି ବିମାନବନ୍ଦରର ରନ୍‌ୱେ ବ୍ୟାପକ ଭାବେ ନଷ୍ଟ ହୋଇ ଯାଇଥିଲା। ରନ୍‌ୱେଟି ଗଡ଼ା‌ଣିଆ। ଏଠାରେ ସୁରକ୍ଷା ଅଞ୍ଚଳ ମଧ୍ୟ ନାହିଁ। କିନ୍ତୁ ଏହାକୁ ସୁରକ୍ଷିତ ଦର୍ଶାଇ ବିମାନ ପରିଚାଳନା ଚାଲିଥିଲା ବୋଲି କ୍ୟାପଟେନ୍‌ ରଙ୍ଗନାଥନ କହିଛନ୍ତି। ରଙ୍କନାଥନଙ୍କ କହିବ‌ା ଅନୁଯାୟୀ ଏହା ଆଦୌ ଦୁର୍ଘଟଣା ନୁହେଁ, ବରଂ ଏହାକୁ ହତ୍ୟା କୁହାଯିବ। ରନ୍‌ୱେ ନିକଟରେ ଏକ ବଡ଼ ଗର୍ତ୍ତ ଥିଲା। ଏହା ଅତି ଗଡ଼ାଣିଆ ସ୍ଥାନ। କିନ୍ତୁ ଅନ୍ଧ ଭାବେ ଏଠ‌ାରେ ବିମାନ ସେବା ପ୍ରଦାନ କରାଯାଉଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe