ଅନ୍ତିମ ମୁୁହୂର୍ତ୍ତ ଯାଏଁ ସୁରକ୍ଷିତ ଅବତରଣ ପାଇଁ ଉଦ୍ୟମ କରିଥିଲେ ପାଇଲଟ୍: ହେଲେ, ମେଘୁଆ ପାଗ ଭିତରେ ଅବତରଣରେ ବାଧକ ସାଜିଲା ଟେବଲ ଟପ୍ ରେନୱେ, ଅନ୍ତିମ ମୁୁହୂର୍ତ୍ତରେ ଖସି ପଡ଼ିଲା ବିମାନ

ଯାତ୍ରୀ ବଖାଣିଲେ, ଆତଙ୍କର କେତୋଟି ମୁହୁର୍ତ୍ତର କାହାଣୀ

801

କନକ ବ୍ୟୁରୋ: ଶୁକ୍ରବାର ସଂଧ୍ୟାରେ କେରଳର କାରିପୁର ବିମାନ ବନ୍ଦରରେ କ୍ରାସ ଲାଣ୍ଡି କରିଥିଲା ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ବିମାନ । କିନ୍ତୁ ଏହାର ପଛର କାରଣ ଖୋଜା ଚାଲିଛି ଥିବା ବେଳେ ଶେଷ ମୁହୂର୍ତର କାହାଣୀ ବଖାଣିଛନ୍ତି ଉଦ୍ଧାର ପାଇଥିବା ଯାତ୍ରୀ । ଗନ୍ତବ୍ୟସ୍ଥଳ ଆସିଯାଇଥିବାରୁ ସମସ୍ତେ ଓହ୍ଲାଇବା ପାଇଁ ପ୍ର୍ସ୍ତୁତ ଦେଉଥିଲେ । କିନ୍ତୁ ସବୁ କିଛି ଓଲଟପାଳଟ ହୋଇଗଲା । ନିମିଷକେ ଦୁର୍ଘଟଣା ଗସ୍ତ ହୋଇଥିଲା ଏହି ବିଶାଳ ବିମାନ । ଜାଣନ୍ତୁ କେମିତି ଥିଲା ଶେଷ କେଇ ମୁହୂର୍ତ ।

ସମୟ: ପ୍ରାୟ ସାଢ଼େ ୭ଟା…ସ୍ଥାନ: କରିପୁର ବିମାନ ବନ୍ଦର…ମେଘୁଆ ପାଗରେ ଝିପି ଝିପି ବର୍ଷା ଭିତରେ ଅବତରଣ ପାଇଁ ଆକାଶରେ ଘୁରି ବୁଲୁଥିଲା ଏୟାର ଇଣ୍ଡିଆର ବିମାନ ଆଇଏକ୍ସ-୧୩୪୪ । ଟେବଲ ଟପ୍ ରେନ୍ୱେ ଅର୍ଥାତ୍ ପାହାଡ଼ିଆ ଅଂଚଳରେ ଥିବା ବିମାନବନ୍ଦର ଅବତରଣ ପଥରେ, ଓହ୍ଲାଇବା ସହ ନଥିଲା । କାରଣ ବର୍ଷା ହେଉଥିଲା ଏବଂ ଟେବଲ ଟପ୍ ରେନ୍ୱେ ହୋଇଥିବାରୁ ଭିଜିବିଲିଟି କମ୍ ଥିଲା ବା କମ୍ ଦେଖାଯାଉଥିଲା । ଆଉ ଏଭଳି ଏକ ପ୍ରତିକୂଳ ସ୍ଥିତିରେ ବିମାନ ଅବତରଣର ଆହ୍ୱାନକୁ ଚ୍ୟାଲେଂଜ୍ ଭାବେ ଗ୍ରହଣ କରିଥିଲେ ପାଇଲଟ୍ କ୍ୟାପଟେନ୍ ଦୀପକ ସନେ୍ଧ ଏବଂ କୋ-ପାଇଲଟ୍ ଅଖିଳେଶ କୁମାର । ପ୍ରତିକୂଳ ପରିସ୍ଥିତି ଭିତରେ ରେନ୍ୱେକୁ ଓହ୍ଲାଇଥିଲା ବିମାନ । ହେଲେ ଅବତରଣ କରିବା ସଂଭବ ହେଲାନି । ବାଧ୍ୟ ହୋଇ ପୁଣି ଥରେ ଆକାଶକୁ ଫେରିଥିଲା ଦୁବାଇରୁ ଆସିଥିବା ବୋଇଂ ୩୭୩ । କିଛି ସମୟ ଆକାଶରେ ଉଡ଼ିବା ପରେ ଆଉ ଏକ ରନ୍ୱେରେ ଓହ୍ଲାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସମୟ: ଠିକ୍ ୭ଟା ୪୧
ବିମାନର ଥିଲା ଦୃତୀୟ ଅବତରଣ ପ୍ରୟାସ

ବିମାନ ଭିତରେ ଥିବା ଯାତ୍ରୀମାନେ ଗନ୍ତବ୍ୟସ୍ଥଳର ପହିଂ ଯାଇଥିବାରୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିଲେ । କିଛି ଯାତ୍ରୀ ସିଟ୍ବେଲ୍ଟ ମଧ୍ୟ ଖୋଲିବା ଆରମ୍ଭ କରିଦେଇଥିଲେ । ହେଲେ ଅବତରଣ କରୁ କରୁ ଅଚାନକ୍ ରନ୍ୱେରୁ ଖସି ଯାଇଥିଲା ବିମାନ । ଆଉ ତା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା, ତାହା ଆପଣଙ୍କ ସାମ୍ନାରେ । ଦୁଇ ଖଣ୍ଡ ହୋଇଯାଇଥିଲା ବିମାନ । ବିମାନ ଭିତରେ ଥିବା ଯାତ୍ରୀଙ୍କ ଭିତରୁ ଏକାଧିକ ଆହତ ହୋଇସାରିଥିଲେ, ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇସାରିଥିଲା ।

ସବୁ କିଛି ଏତେ କମ୍ ସମୟ ଭିତରେ ଘଟିଥିଲା ଯେ, କ’ଣ ଘଟିଲା କେହି କିଛି ବୁଝିପାରିନଥିଲେ । ଆଖି ଖୋଲି ଦେଖିଲା ବେଳକୁ ଯାତ୍ରୀମାନେ ଖୋଲା ଆକାଶ ତଳେ ବସିଛନ୍ତି ଯାତ୍ରୀମାନେ । କାରଣ ବିମାନଟି ସଂପୂର୍ଣ୍ଣ ଦୁଇଖଣ୍ଡ ହୋଇସାରିଥିଲା । ଦୁଇ ପାଇଲଟ୍ ଯାତ୍ରୀଙ୍କୁ ବଂଚାଇବାକୁ ସଂପୂର୍ଣ୍ଣ ଚେଷ୍ଟା କରିଥିଲେ । ଆଉ ଏହି ପ୍ରକ୍ରିୟାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିଲା ।

କେରଳର ଏହି ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ମୃତ ଏବଂ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବନ୍ଦେ ଭାରତ ମିଶନ କାର୍ଯ୍ୟକ୍ରମ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ନେଇ ଦୁବାଇରୁ ଆସୁଥିବା ଏହି ବିମାନର ଦୁର୍ଘଟଣାର ଅଚାନକ୍ ଦୁର୍ଘଟଣାଗସ୍ତ ହେବା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ।