ଆନ୍ଧ୍ର ସାଲୁର ସରକାରୀ କଲେଜରେ ଚାଲିଛି କୋଟିଆ ଭୋଟ୍ ଗଣତି । ଓଡ଼ିଶାର ବିରୋଧ ସତ୍ତ୍ୱେ ଏପ୍ରିଲ ୮ରେ ପଡ଼ିଥିଲା ଭୋଟ । 

70

କନକ ବ୍ୟୁରୋ: ଆନ୍ଧ୍ରରେ ଚାଲିଛି କୋଟିଆ ଭୋଟ ଗଣତି । ଆନ୍ଧ୍ର ପ୍ରଦେଶ ସାଲୁର ଏକ ସରକାରୀ ଡିଗ୍ରୀ କଲେଜରେ କୋଟିଆ ପଞ୍ଚାୟତର ଭୋଟ ଗଣତି ହେଉଛି ।  ଓଡ଼ିଶାର ବିରୋଧ ସତ୍ତେ୍ୱ ଗତ ଏପ୍ରିଲ ୮ ତାରିଖରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଏବଂ ନରଡିସୱାଲାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ କରାଯାଇଥିଲା । ଆନ୍ଧ୍ର ସୀମାରେ ରହୁଥିବା ଲୋକେ ଭୋଟ ଦେଇଥିବା ବେଳେ ଓଡ଼ିଶାର ଅଧିକାଂଶ ଲୋକ ଭୋଟ ଦାନ କେନ୍ଦ୍ରକୁ  ଆସିନଥିଲେ । ହେଲେ  ଆନ୍ଧ୍ର ହାଇକୋର୍ଟର ଏକ ବେଞ୍ଚ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଏହାପରେ ଆନ୍ଧ୍ର ହାଇକୋର୍ଟର ଏହି ନିଷ୍ପତ୍ତିର ପୁନଃ ବିଚାର କରି ଭୋଟ ଗଣତି କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ଭୋଟ ଗଣତି ଚାଲିଛି । ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ବାଚନ କରି ଭୋଟ ଗଣତି କରୁଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।  ଯାହାକୁ ନେଇ ସୀମାରେ ଚାପା ଉତ୍ତେଜନା ଲାଗି ରହିଛି ।