କନକ ବ୍ୟୁରୋ : କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଛକାପଞ୍ଝା । ଆନ୍ଧ୍ର ଉପମୁଖ୍ୟନ୍ତ୍ରୀଙ୍କ ଗସ୍ତ ପରେ ତତ୍ପର କୋଟିଆ ଜିଲ୍ଲା ପ୍ରଶାସନ । ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ, ବ୍ଲକ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ କୋଟିଆର ତଳ ଗଞ୍ଜେଇ ପଦରକୁ ଗସ୍ତ କରିଥିଲେ । ସେଠାରେ ୧୪୨ ଜଣ ହିତାଧିକାରୀଙ୍କୁ ବିଜୁ ପକା ଗୃହ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏଥିସ ହିତ ରାଜ୍ୟ ସରକାରଙ୍କ ବଳରାମ ଯୋଜନା ମାଧ୍ୟମରେ ୧୨ଟି ସ୍ୱଂୟ ସହାୟକ ଗୋଷ୍ଠୀକୁ ମୋଟ ୭ ଲକ୍ଷ ୩୭ ହଜାର ଟଙ୍କା ଚେକ ମାଧ୍ୟମରେ ଋଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସହ ସମସ୍ତ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି ଯୋଗ ଦେଇଥିଲେ । ୧୯ ତାରିଖରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ପଞ୍ଚାୟତର ନେରେଡିବାଲସାଠାରେ ପହଂଚି ଆନ୍ଧ୍ର ସରକାରଙ୍କ ଯୋଜନାର ଭରପୁର ପ୍ରଚାର କରିଛନ୍ତି । ଘର ଘର ବୁଲି ଆନ୍ଧ୍ର ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କୁ ଭେଟିଥିଲେ । ଅଧିକାରୀଙ୍କ ଉପସ୍ଥିତିରେ ଯୋଜନାଗୁଡ଼ିକ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/25-8.jpg)