ଅଧା ବାଟରୁ ଫେରିଗଲେ ଆନ୍ଧ୍ର ଅଧିକାରୀ : କୋଟିଆରେ ବିଜୟ ଦିବସ ପାଳିବାକୁ ଆସିଥିବା ଆନ୍ଧ୍ର ଅଧିକାରୀଙ୍କୁ ଫେରାଇଲେ ଗ୍ରାମବାସୀ

90

କନକ ବ୍ୟୁରୋ : ଅଧା ବାଟରୁ ଫେରିଗଲେ ଆନ୍ଧ୍ର ଅଧିକାରୀ । କୋଟିଆରେ ବିଜୟ ଦିବସ ପାଳନ କରିବାକୁ ଆସିଥିବା ଆନ୍ଧ୍ର ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି କୋଟିଆ ଗ୍ରାମବାସୀ । ଆନ୍ଧ୍ର ଅଫିସରମାନେ ମିଛ ପ୍ରତିଶୃତି ଦେଇ କାମ ହାସଲ କରୁଥିବା ଅଭିଯୋଗ କରଛନ୍ତି ଗ୍ରାମବାସୀ । ଆନ୍ଧ୍ରର ସାଲୁର ବିଧାୟକ ପି ରାଜନ ଦୋରାଙ୍କୁ ଆନ୍ଧ୍ର ସରକାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବା ପରେ ବିଜୟ ଉତ୍ସବ ପାଇଁ କୋଟିଆ ଆସିଥିଲେ ଆନ୍ଧ୍ରର ଅଧିକାରୀ ।

କିନ୍ତୁ ଆନ୍ଧ୍ର ପ୍ରଦେଶ ସାଲୁରାର ୱାଟର ସେଡ଼ ବିଭାଗ ପକ୍ଷରୁ କୋଟିଆର ବିଭିନ୍ନ ଅଚଂଳରେ ବନ୍ଧ ଖୋଳିବା ପାଇଁ ୱାର୍କ ଅର୍ଡ଼ର ଦେଇଥିଲେ । ସ୍ଥାନୀୟ ଲୋକେ ନିଜ ହାତରୁ ପଇସା ଖର୍ଚ୍ଚ କରି କାମ ମଧ୍ୟ ଆରମ୍ବ କରିଥିଲେ, ହେଲେ ଆଉ ପଇସା ଦେଇ ନଥିଲା ଆନ୍ଧ୍ର । ଉପମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମନ୍ତ୍ରୀ ରାଜୋନ ଦୋରା ବହୁବାର କୋଟିଆରେ ଅନୁପ୍ରବେଶ କରିବା ସହ କୋଟିଆବାସୀଙ୍କୁୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲେ । ଆନ୍ଧ୍ରର ପଛୁଆ ଜିଲ୍ଳା ଦର୍ଶାଇ ଆନ୍ଧ୍ର ମ୍ୟାପରେ କୋଟିଆକୁ ସ୍ଥାନ ଦେଇଛି । ଆନ୍ଧ୍ରର ଏହି ଚାଲ କୁ ସଫଳ ହେବ ନାହିଁ ବୋଲି ବିଧାୟକ ତାରା ବାହିନିପତି କହିଛନ୍ତି ।