କନକ ବ୍ୟୁରୋ : ଦିନରେ ପ୍ରଚାର ସନ୍ଧ୍ୟାରେ ନାଚ ଗୀତର ଆସର । କୋଟିଆରେ ଜମୁଚି ନିର୍ବାଚନିର ପ୍ରଚାର । ନାଚ ଗୀତ ସହ ଭୋଟ ମାଗୁଛନ୍ତି ସର୍ବଦଳୀୟ ପ୍ରାର୍ଥୀ । ଦିନରେ ପ୍ରଚାର ହେଉଛି ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ । ସର୍ବଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ସର୍ବଦଳୀୟ ନେତା ।

Advertisment

କୋଟିଆ ଗ୍ରାମ ପୁଂଜର ସବୁ ଗ୍ରାମରେ ସର୍ବଦଳୀୟ ନେତା ପହଚିଂ ଭୋଟ ଭିକ୍ଷା କରିଛନ୍ତି । ଲୋକଙ୍କ ସମସ୍ତ ଅସୁବିଧାକୁ ଦୁର କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଗାଁ ଲୋକଙ୍କ ସହ ନାଚ ଗୀତରେ ସାମିଲ ହୋଇ ଢେମସା ନାଚ କରୁଛନ୍ତି ସର୍ବ ଦଳର ପ୍ରାର୍ଥୀ ମମତା ଜାନି ।

କୋଟିଆରେ ପୁଲିସ କରିଛି ଫ୍ଲାଗମାର୍ଚ । ଆସନ୍ତା ୧୮ ତାରିଖରେ ଏଠାରେ ପଂଚାୟତ ନିର୍ବାଚନ ହେବ । ଏଥିପାଇଁ ଜିଲ୍ଲା ପୁଲିସ ସହ ଆଇଆରବି ବାଟାଲିୟମର ଜବାନ କୋଟିଆରେ ପଇଁତରା ମାରିଥିଲେ । ପୁଲିସ ପକ୍ଷରୁ କୋଟିଆରେ ବିଭିନ୍ନ ଗାଁର ଲୋକଙ୍କୁ ଭୋଟ ଦେବା ପାଇଁ ପୁଲିସ ନିବେଦନ କରିଛି ।

ଏହାସହ ଆନ୍ଧ୍ରକୁ ବି କଡା ଚେତାବନୀ ଦିଆଯାଇଛି । ଭୋଟଦାନରେ କୌଣସି ବାଧା ପହଂଚାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି । କୋଟିଆ ଉପରେ ଆନ୍ଧ୍ର ଲେଲୁପ ଦୃଷ୍ଟି ପକାଇଛି । ଆଉ ଏଠାରେ ପଂଚାୟତ ନିର୍ବାଚନ କରିବାକୁ ପ୍ରଶାସନ ପୁରା ପ୍ରସ୍ତୁତି କରିଛି ।