ପୁଣି କୋଟିଆରେ ପସିଲା ଆନ୍ଧ୍ର । ବିବାଦୀୟ ପାଟୁସିନେରୀ ଗାଁରେ ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ମାଗଣାରେ ଦେଉଛନ୍ତି ଔଷଧ ଓ ସ୍ୱାସ୍ଥ୍ୟ ସେବା 

Advertisment
ପୁଣି କୋଟିଆରେ ପସିଲା ଆନ୍ଧ୍ର । ବିବାଦୀୟ ପାଟୁସିନେରୀ ଗାଁରେ ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ମାଗଣାରେ ଦେଉଛନ୍ତି ଔଷଧ ଓ ସ୍ୱାସ୍ଥ୍ୟ ସେବା 

କନକ ବ୍ୟୁରୋ : କରୋନା କାଳରେ କୋଟିଆରେ ପଶି ପୁଣି ଆନ୍ଧ୍ରର ଦାଦାଗିରି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ପାଟୁସିନେରୀ ଗାଁରେ ପହଞ୍ଚି ଆନ୍ଧ୍ର ଅଧିକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଔଷଧ ବାଣ୍ଟୁଥିବା ଦେଖିବାକୁ ମିଳିଛି ।

ବର୍ତମାନ କରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ବ୍ୟାପୁଥିବାବେଳେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ସହ ଆସି ଲୋକଙ୍କୁ ସବା ଯୋଗାଉଛି ଆନ୍ଧ୍ର ପ୍ରଶାସନ । ପଡୋଶୀ ରାଜ୍ୟରୁ ଆସିଥିବା ଟିମରେ ଜଣେ ଡାକ୍ତରଙ୍କ ସହ ଜଣେ ଫାର୍ମାସିଷ୍ଟ ଓ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ୧୦୪ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆସି ଏମାନେ ଓଡିଶା ଗାଁରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ତେବେ ଓଡିଶା ପକ୍ଷରୁ ପ୍ରତିଦିନ ଏକ ସ୍ୱତନ୍ତ୍ର ମୋବାଇଲ ହେଲଥ ୟୁନିଟ କୋଟିଆର ବିବାଦୀୟ ଗାଁ ସମେତ ୨୧ଟି ଗ୍ରାମପୁଞ୍ଜରେ ପହଂଚି ସ୍ୱାସ୍ଥ୍ୟ ସେବା ଯୋଗାଇବାଠୁ ଆରମ୍ଭ କରି କରୋନା ଟିକାକରଣ କରୁଥିବାବେଳେ, ଆନ୍ଧ୍ର ପ୍ରଶାସନ କେବଳ ଗୋଟିଏ ଗାଁକୁ ଟାର୍ଗେଟ କରିଛି ।

କୋଟିଆକୁ ନେଇ ପୂର୍ବରୁ ଅନେକ ବିବାଦ ଚାଲିଥିବା ବେଳେ... ଓଡିଶାରେ ପଶି ଆନ୍ଧ୍ର କୋଟିଆବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଘଟଣା ପୁଣି ବିବାଦକୁ ବଢାଇପାରେ । ବାରମ୍ବାର ଓଡିଶା ପ୍ରଶାସନର ତାଗିଦ୍ ପରେ ବି ଆନ୍ଧ୍ର ତାର ବିସ୍ତାରବାଦି ନିତିରୁ ବାଦ ପଡୁନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe