ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।

Advertisment
ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।

କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନରେ ଉଠିଲା କୋଟିଆ କଳି । ପ୍ରଥମ ଦିନରୁ ବିରୋଧୀ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ।  ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିଜେପି ଓ କଂଗ୍ରେସ ଏବଂ ଗୃହ ବାହାରକୁ ଆସି ବିରୋଧୀ କହିଛନ୍ତି ରାଜ୍ୟର ସୀମାର ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର । ସେପଟେ ରାଜସ୍ୱ ମନ୍ତ୍ରୀ ଏହାକୁ ନେଇ ଉତ୍ତର ରଖିଛନ୍ତି । କୋଟିଆ ଓଡିଶାର ଥିଲା, ଅଛି ଓ ରହିବ ବୋଲି ସେ କହିଛନ୍ତି । ସେପଟେ ପଟ୍ଟାଙ୍ଗୀ ବିଧାୟକ କହିଛନ୍ତି, ସୁପ୍ରିମକୋର୍ଟରେ ଆନ୍ଧ୍ର ଦେଇଥିବା ସତ୍ୟପାଠ ମିଛ । ୧୯୫୬ ମସିହାରୁ କୋଟିଆର ୩ଟି ଗାଁର ଲୋକ ଓଡିଶାରେ ଭୋଟ୍ ଦେଇ ଆସୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe