କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନରେ ଉଠିଲା କୋଟିଆ କଳି । ପ୍ରଥମ ଦିନରୁ ବିରୋଧୀ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିଜେପି ଓ କଂଗ୍ରେସ ଏବଂ ଗୃହ ବାହାରକୁ ଆସି ବିରୋଧୀ କହିଛନ୍ତି ରାଜ୍ୟର ସୀମାର ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର । ସେପଟେ ରାଜସ୍ୱ ମନ୍ତ୍ରୀ ଏହାକୁ ନେଇ ଉତ୍ତର ରଖିଛନ୍ତି । କୋଟିଆ ଓଡିଶାର ଥିଲା, ଅଛି ଓ ରହିବ ବୋଲି ସେ କହିଛନ୍ତି । ସେପଟେ ପଟ୍ଟାଙ୍ଗୀ ବିଧାୟକ କହିଛନ୍ତି, ସୁପ୍ରିମକୋର୍ଟରେ ଆନ୍ଧ୍ର ଦେଇଥିବା ସତ୍ୟପାଠ ମିଛ । ୧୯୫୬ ମସିହାରୁ କୋଟିଆର ୩ଟି ଗାଁର ଲୋକ ଓଡିଶାରେ ଭୋଟ୍ ଦେଇ ଆସୁଛନ୍ତି ।
ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।
/kanak/media/post_attachments/wp-content/uploads/2020/10/assembly.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)