କନକ ବ୍ୟୁରୋ : କୋଟିଆ ବିଭାଜନ ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର । ଗଣମାଧ୍ୟମରେ ଏଭଳି ଖବର ପ୍ରସାରଣ ପରେ ତାତି ଉଠିଛନ୍ତି ସ୍ଥାନୀୟ ନେତା । ତାରାପ୍ରସାଦ ବାହିନୀପତି କହିଛନ୍ତି, ଆନ୍ଧ୍ର ଅଧିକାରୀ କିମ୍ବା ଜନପ୍ରତିନିଧି କୋଟିଆରେ ପାଦ ଦେଲେ ପରିଣାମ ଭୟଂକର ହେବ, ଏପରିକି ଆନ୍ଧ୍ର ଅଧିକାରୀଙ୍କୁ ମାଡ଼ ମାରିବାର ଧଉଳ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
କୋଟିଆ ହାତେଇବାକୁ ଆନ୍ଧ୍ର ସରକାର ଚକ୍ରାନ୍ତ ଚଳାଇଥିବା ବେଳେ କୋଟିଆ ପ୍ରସଙ୍ଗରେ ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । କୋଟିଆରେ ଆନ୍ଧ୍ରକୁ ପୁରାଇ ଦେବୁ ନାହିଁ ବୋଲି କହିଛନ୍ତି ତାରା ବାହିନୀପତି । ଆନ୍ଧ୍ରର ପୋଲିସ କୋଟିଆରେ ପଶିଲେ ରକ୍ତପାତ ହେବ ବୋଲି ସେ କହିଛନ୍ତି । ଯଦି କୋଟିଆରେ ପଶିବେ ଫେରିକି ଯାଇପାରିବେନି ବୋଲି ସେ କହିଛନ୍ତି ।
ଗୋଟିଏ ପଟେ ପଟାଙ୍ଗୀର ବିଜେଡି ବିଧାୟକ ପ୍ରୀତମ ପାଢ଼ୀ ଆନ୍ଧ୍ର ଅଧିକାରୀଙ୍କୁ ମାଡ଼ ମାରିବା କଥା କହୁଛନ୍ତି । ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, କୋଟିଆ ମାମଲା ଏବେ ସୁପ୍ରିମକୋର୍ଟରେ ରହିଥିବା କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ହେଲେ ସ୍ଥାନୀୟ ନେତାଙ୍କ ଆଭିମୁଖ୍ୟରୁ ଏହି ପ୍ରସଙ୍ଗ ଆହୁରି ଜଟିଳ ହେବା ପରି ମନେ ହେଉଛି । ଏପରିକି ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ପରିସ୍ଥିତି ଯେଭଳି ଉଗ୍ର ରୂପ ନେଇଥିଲା, ସେଭଳି କିଛି ଓଡ଼ିଶା ଓ ଆନ୍ଧ୍ର ଭିତରେ ହେବ ନାହିଁ ତ ?