କୋଟିଆରେ ପ୍ରତିଦିନ ଅନୁପ୍ରବେଶ କରୁଛି ଆନ୍ଧ୍ର ପ୍ରଶାସନ : ୫ଟି ସୀମାନ୍ତ ଗାଁରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ପରେ କଲା ଗ୍ରାମସଭା

ଗ୍ରାମବାସୀଙ୍କୁ ଦେଖାଇଲା ଗୋଲାପୀ ସ୍ୱପ୍ନ

100

କନକ ବ୍ୟୁରୋ: କୋଟିଆରୁ ନଜର ହଟାଉନି ଆନ୍ଧ୍ର । ଗୋଟିଏ ପରେ ଗୋଟିଏ ଚାଲ ଖେଳି କୋଟିଆବାସୀଙ୍କୁ ନିଜ ଆଡ଼କୁ ନେବାକୁ ଚଳାଇଛି ଚେଷ୍ଟା । ପ୍ରତିଦିନି କୋଟିଆରେ ଆନ୍ଧ୍ର ପକ୍ଷରୁ କିଛି ନା କିଛି ସରକାରୀ କାର୍ଯ୍ୟକ୍ରମ କରାଯାଉଛି । ଗୁରୁବାର କୋଟିଆର ନେରେଡିୱାଲସା ସମେତ ୫ଟି ଗାଁରେ ଆନ୍ଧ୍ର ସ୍ୱାସ୍ଥ୍ୟ ଟିମଙ୍କ ଦ୍ୱାରା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଗତକାଲି ପୁଣି ଗଞ୍ଜେଇପଦରରେ କରିଛି ଗ୍ରାମସଭା । ଆନ୍ଧ୍ରର ଅଧିକାରୀମାନେ କୋଟିଆ ପରିଦର୍ଶନ କରିବା ସହ ଗଞ୍ଜେଇପଦର ଠାରେ ଗ୍ରାମସଭା କରି ଆନ୍ଧ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଛନ୍ତି ।

ଏସହ ଲୋକଙ୍କ ଠାରୁ ମତାମତ ନେଇ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଥିବାର ଖବର ମିଳିଛି । ଗ୍ରାମସଭାରେ ସାଲୁର ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଜି ପାର୍ବତୀ, ମଣ୍ଡଳ ପରିଷଦ ଶିକ୍ଷାଧିକାରୀ ଭି ମାଲେଶ୍ୱର ରାଓଙ୍କ ସହ ଯୋଗାଣ ବିଭାଗ ଓ ତହସିଲ ଦାୟିତ୍ୱାେରେ ଥିବା ଚନ୍ଦ୍ରଶେଖର ଯୋଗଦେଇଥିଲେ । ଏହାସହ ଆନ୍ଧ୍ର ଦ୍ୱାରା ଗଠିତ ଗଞ୍ଜେଇପଦର ପଂଚାୟତର ସମ୍ପାଦକ, ମନୋନୀତ ସରପଂଚ ମଧ୍ୟ ଉପସ୍ଥିତ ରହିଥିଲେ । ସେପଟେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ କୋରାପୁଟ ବିକାଶ ପରିଷଦ ଓ ଆମ କୋଟିଆ ସଂଗଠନ ଦାବି କରିଛି ।