ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି : ଓଡିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ରଖିସାରିଛି ଆନ୍ଧ୍ର

୫୦ ପୃଷ୍ଠାର ସତ୍ୟପାଠରେ ଥିବା ତଥ୍ୟକୁ କାଉଂଟର କରିବାକୁ ରଣନୀତି ପ୍ରସ୍ତୁତ କରିଛି ଓଡିଶା ଲିଗାଲ ଟିମ୍

157

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏମ ଖାନୱିଲକର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି । ଗତକାଲି ଆନ୍ଧ୍ର ପକ୍ଷରୁ ଓଡିଶା ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ୍ ଉପରେ ଜବାବ ଦାଖଲ କରାଯାଇଥିଲା । ଏଥିରେ ଆନ୍ଧ୍ର ସରକାର କହିଥିଲେ, କୋଟିିଆର ୩ଟି ଗାଁରେ ନିର୍ବାଚନ କରାଇ ଆନ୍ଧ୍ର ଅଦାଲତଙ୍କ ଅବମାନନା କରିନାହାନ୍ତି ।

ତେଣୁ ଓଡିଶାର ପିଟିସନକୁ ଖାରଜ କରିବା ପାଇଁ ଏଥିରେ ଆବେଦନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ଦାଖଲ ହୋଇଥିବା ୫୦ ପୃଷ୍ଠାର ସତ୍ୟପାଠର ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଓଡିଶାର ଲିଗାଲ ଟିମ । ମିଳିଥିବା ସୂଚନା ଅନୁସାରେ ୨୦୧୧ ଜନଗଣନା ତଥ୍ୟ ସହିତ ୨୦୧୪ ଓ ୨୦୧୯ ନିର୍ବାଚନ ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ବିକାଶମୂଳକ କାମକୁ ପ୍ରସଙ୍ଗ କରି ଆନ୍ଧ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।