କୋଟିଆକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ । ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ଗ୍ରହଣ କରିବେ ପ୍ରଶାସନିକ ଅଧିକାରୀ ।

81

କନକ ବ୍ୟୁରୋ: କୋଟିଆକୁ ନେଇ ଜିଲ୍ଳା ପ୍ରଶାସନର ବ୍ଳୁ-ପ୍ରିଂଟ । ପ୍ରତ୍ୟେକ ବିଭାଗର ଜିଲ୍ଳା ଅଧିକାରୀ କୋଟିଆ ଗ୍ରାମ ପୁଞ୍ଜର ପ୍ରତ୍ୟେକ ଗାଁକୁ ପୋଷ୍ୟଗ୍ରାମ୍ୟ ରୂପେ ଗ୍ରହଣ କରିବେ । ଏହାସହ ପ୍ରତି ସପ୍ତାହରେ ଏନେଇ କୋରାପୁଟ ଜିଲ୍ଳାପାଳଙ୍କୁ ରିପୋର୍ଟ ବି ଦିଆଯିବ ।

ଆନ୍ଧ୍ର-ଓଡିଶା ମଧ୍ୟରେ କୋଟିଆ ବିବାଦ ଏବେ ସୁପ୍ରିମକୋର୍ଟରେ ପଂହଚିଛି । ଆନ୍ଧ୍ରର କୋଟିଆ ଚାଲାକିକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ଓଡିଶା । ଏଠାରେ ବିକାଶର କାମକୁ ଜୋରଦାର କରିବାକୁ ଜିଲ୍ଲା ପ୍ରଶାସନ ଅଂଟାଭିଡିଛି । କୋଟିଆର ବିକାଶ ଏବେ ଜିଲ୍ଲା ପ୍ରଶାସନର ଫୋକସରେ ରହିବ । ଏଥିପାଇଁ ପ୍ରତ୍ୟେକ ବିଭାଗର ଅଧିକାରୀ ଯେଭଳି କୋଟିଆ ବାସୀଙ୍କ ନିକଟତର ହେବେ ଓ ସେମାନଙ୍କ ଆବଶ୍ୟକତାକୁ ସେମାନଙ୍କ ପାଖରେ ପହଚାଂଇବେ, ଏଭଳି ଏକ ବଡ଼ ପଦକ୍ଷେପ କୋରାପୁଟ ଜିଲ୍ଲା ପ୍ରଶାସନ ନେଇଛି । ଜିଲ୍ଲାପାଳ କହିଛନ୍ତି, ଆନ୍ଧ୍ର ଯେତେ ଚାହିଁଲେ ବି ଆମଠାରୁ କୋଟିଆକୁ ଅଲଗା କରିପାରିବ ନାହିଁ ।

ସେପଟେ କୋଟିଆ ବିବାଦ ନେଇ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା କୋଟିଆ ସଙ୍ଗଠନର ଅ।।ବହକ ଗଦାଧର ପରିଡା ବଡ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, କୋଟିଆ ଭିତରୁ ଜବରଦସ୍ତ ଧସେଇ ପଶିଥିବା ଆନ୍ଧ୍ର ୧୯୪୧ ମସିହାର ଗିଲବି ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଛି । ୧୯୪୧ ମସିହାରେ ମାଡ଼୍ରାସ ପ୍ରେସିଡ଼େନସିର ଗିଲବି ସାହେବ ନାମକ ଜଣେ ଅଧିକାରୀ ସୀମା ନିର୍ଦ୍ଧାରଣ କରିଥିଲେ ।

ସେହି ସୀମା ନିର୍ଦ୍ଧାରଣରେ କୋଟିଆ କାହାର ତାକୁ ତର୍ଜମା କରାଯାଇଛି । କୋଟିଆ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କୁ ବି ଦାୟୀ କରିଛନ୍ତି ପୂର୍ବତନ ଜିଲ୍ଲାପାଳ । କୋଟିଆକୁ ନେଇ ଆଗକୁ ମାମଲା ଲମ୍ବା ଚାଲିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ କୋରାପୁଟ ଜିଲ୍ଳା ପ୍ରଶାସନ କୋଟିଆକୁ ନିଜର କରିବା ପାଇଁ ଅଟାଂ ଭିଡ଼ିଛି ।