କୋଟିଆ ମାମଲାରେ ଆନ୍ଧ୍ରପ୍ରଦେଶକୁ ଝଟକା : ଓଡିଶା ପକ୍ଷରୁ ଦାଖଲ ଅଦାଲତ ଅବମାନନା ମାମଲା ରଦ୍ଧ ପାଇଁ ଆନ୍ଧ୍ର ଆବେଦନ ଅଗ୍ରାହ୍ୟ

Advertisment
ପଞ୍ଚାୟତ ଫଇସଲା: କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ

କନକ ବ୍ୟୁରୋ : ବିବାଦୀୟ କୋଟିଆ ମାମଲାରେ ଆନ୍ଧ୍ରପ୍ରଦେଶକୁ ଲାଗିଛି ଶକ୍ତ ଝଟକା । ଓଡିଶା ପକ୍ଷରୁ ଦାଖଲ ଅଦାଲତ ଅବମାନନା ମାମଲା ରଦ୍ଧ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆନ୍ଧ୍ର ପ୍ରଦେଶ ସରକାର । ସେହି ଆବେଦନକୁ ସିଧାସଳଖ ଅଗ୍ରାହ୍ୟ କରିଦେଇଛନ୍ତି ସର୍ବଚୋ କୋର୍ଟ । ଅଦାଲତ କହିଛନ୍ତି, କୋଟିଆ ଗ୍ରାମପୁଂଜ ବିବାଦର ସମାଧାନ ରାଜନୈତିକ ସ୍ତରରେ କରାଯାଉ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଏମ୍ ଖାନୱିଲକର ଓ ବିଚାରପତି ଜଷ୍ଟିସ୍ ସିଟି ରବି କୁମାରଙ୍କ ଖଣ୍ଡପୀଠ କୋଟିଆ ମାମଲାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଉଭୟ ରାଜ୍ୟ ସରକାର ରାଜନୈତିକ ସ୍ତରରେ ଆଲୋଚନା କରି କୋଟିଆ ବିବାଦର ଅନ୍ତ କରନ୍ତୁ । କୋଟିଆ ସୀମା ବିବାଦକୁ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଗତ ଫେବୃଆରୀ ମାସରେ ଆନ୍ଧ୍ର ପକ୍ଷରୁ କୋଟିଆ ଗ୍ରାମପୁଂଜରେ ପଂଚାୟତ ନିର୍ବାଚନ କରାଯାଇଥିଲା । ଏହାକୁ ବିରୋଧ କରି ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲା । ଏହାକୁ ରଦ୍ଧ କରିବା ପାଇଁ ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ଓଡ଼ିଶା ସରକାରଙ୍କ ନିମନ୍ତ୍ରଣ କ୍ରମେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନଭେମ୍ବର ୯ରେ ଓଡ଼ିଶା ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କୋଟିଆ ବିବାଦ ସମେତ ଅନ୍ୟ ସବୁ ସମସ୍ୟା ଓ ବିବାଦକୁ ମିଳିମିଶି ସମାଧାନ ପାଇଁ ରାଜି ହୋଇଛନ୍ତି । ଏ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା । ବିବୃତ୍ତି ଭିତ୍ତିରେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ୍‌ ଗଠନ କରାଯାଇଛି । କମିଟି କୋଟିଆର ୨୧ଟି ଗ୍ରାମପୁଞ୍ଜର ସମାଧାନ ପାଇଁ ପଦକ୍ଷେପ ନେବ । ଏହି ମାମଲାରେ କିଛି ସକାରାତ୍ମକ ପ୍ରଗତି ହୋଇଥିବା ଓଡ଼ିଶା ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ।

ଓଡ଼ିଶା ସରକାରଙ୍କ ଏହି କମିଟି ଆନ୍ଧ୍ର ସରକାରଙ୍କ ଦ୍ବାରା ଗଠିତ କମିଟି ସହିତ ଆଲୋଚନା କରିବ । ଆଲୋଚନାର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ଆଲୋଚନାର ଫଳାଫଳ ନଆସିବା ପର୍ଯ୍ୟନ୍ତ ମାମଲାର ଶୁଣାଣିକୁ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାମଲା କୋର୍ଟରେ ବିଚାରାଧୀନ ଥିବା ଯୋଗୁ ଏହା ବିବାଦର ସମାଧାନ ପ୍ରକ୍ରିୟାକୁ ସୁଗମ କରିବ ବୋଲି ଓଡ଼ିଶା ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମିଳିତ ବିବୃତିକୁ ଅତିରିକ୍ତ ଦସ୍ତାବିଜ୍‌ ଭାବେ ଓଡ଼ିଶା କୋର୍ଟରେ ଦାଖଲ କରିଥିବା ନେଇ ମଧ୍ୟ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ।

ଅପରପକ୍ଷେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ନିରଞ୍ଜନ ରେଡ୍ଡି କୋଟିଆ ମାମଲାର ସମାଧାନ ରାଜନୈତିକ ସ୍ତରରେ ଆରମ୍ଭ ହୋଇଥିବା ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଏହି ମାମଲାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାରୁ ଓଡ଼ିଶା ପକ୍ଷରୁ ଦାଖଲ ଅଦାଲତ ଅବମାନନା ସଙ୍କଟ ଆନ୍ଧ୍ରକୁ ଘାରିଛି ବୋଲି ସେ କହିଥିଲେ । ‌କୋଟିଆ ପ୍ରସଙ୍ଗରେ ‌ଆନ୍ଧ୍ର ପକ୍ଷରୁ କୌଣସି ଅଦାଲତ ଅବମାନନା ମାମଲା କରାଯାଇନଥିବା ସେ ପୁନର୍ବାର ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇ ଥିବା ଅଦାଲତ ଅବମାନନା ଆବେଦନ (ପିଟିସନ୍‌)କୁ ରଦ୍ଦ କରାଯାଉ ବୋଲି ‌ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆବେଦନକୁ ରଦ୍ଦ କରାଯିବା ସହିତ ମାମଲାର ଅନ୍ତ ଘଟାଇବା ପାଇଁ ଆନ୍ଧ୍ର ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe