କୋଟିଆକୁ ଦୁଇ ଭାଗ କରିବାକୁ ଆନ୍ଧ୍ର ଖେଳିବ ଭାଷା କାର୍ଡ । ତାତିଲେ ସ୍ଥାନୀୟ ନେତା, କହିଲେ କୋଟିଆ ଆସିଲେ ମାଡ଼ ଖାଇବେ ଆନ୍ଧ୍ର ନେତା ଓ ଅଧିକାରୀ । ସୁପ୍ରିମକୋର୍ଟରେ ମାମଲା ଥିବା କହି ଏଡ଼ାଇଗଲେ ରାଜସ୍ୱ ମନ୍ତ୍ରୀ ।

କୋଟିଆକୁ ଦୁଇ ଭାଗ କରିବାକୁ ଆନ୍ଧ୍ର ଖେଳିବ ଭାଷା କାର୍ଡ । ତାତିଲେ ସ୍ଥାନୀୟ ନେତା, କହିଲେ କୋଟିଆ ଆସିଲେ ମାଡ଼ ଖାଇବେ ଆନ୍ଧ୍ର ନେତା ଓ ଅଧିକାରୀ । ସୁପ୍ରିମକୋର୍ଟରେ ମାମଲା ଥିବା କହି ଏଡ଼ାଇଗଲେ ରାଜସ୍ୱ ମନ୍ତ୍ରୀ ।

କନକ ବ୍ୟୁରୋ : ଧରାପଡିଛି କୋଟିଆ ଦଖଲ ପାଇଁ ଆନ୍ଧ୍ରର ଚାଲ । କୋଟିଆ ହାତେଇବା ପାଇଁ ପୁରୁଣା ଯୋଜନାରେ ବିଶେଷ ସଫଳତା ନମିଳିବାରୁ ଭାଷା ଭିତ୍ତିରେ ବିଭେଦ ସୃଷ୍ଟି ପାଇଁ କରୁଛି ଷଡ଼ଯନ୍ତ୍ର । ୨୨ଟି ଗାଁରେ ତେଲଗୁ ଫଳକ ଲଗାଇବା ପାଇଁ ମଧ୍ୟ ଯୋଜନା ରହିଛି । ଗୋଟିଏ ପଟେ କୋଟିଆକୁ ଛଡ଼ାଇ ନେବା ପାଇଁ ରଣନୀତି ପରେ ରଣନୀତି ବନାଉଛି ଆନ୍ଧ୍ର । ଅନ୍ୟପଟେ ଓଡ଼ିଶାର ରାଜସ୍ୱ ବିଭାଗ ହାତବାନ୍ଧି ବସିଛି । ଆଉ ଏବେ ରାଜସ୍ୱ ମନ୍ତ୍ରୀ କହୁଛନ୍ତି, ଆମେ କୋଟିଆରେ କାହାକୁ ପୂରାଇ ଦେବୁନି, ଆଇନଗତ ଲଢ଼େଇ ଲଢ଼ିବୁ । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସମେତ କିଛି ବିଧାୟକ ଆନ୍ଧ୍ର ଅଧିକାରୀଙ୍କୁ ମାଡ ଧମକ ଦେଇଛନ୍ତି ।

କୋଟିଆ ଦଖଲ ପାଇଁ ଆନ୍ଧ୍ରର ଚାଲ୍ । ଭାଷା ଭିତ୍ତିକ ବିଭେଦ ପାଇଁ ଚାଲିଛି ଷଡ଼ଯନ୍ତ୍ର ! ଆନ୍ଧ୍ରପ୍ରଦେଶରେ ପ୍ରକାଶିତ ଏକ ଖବରକାଗଜରେ ଯାହା ଲେଖାଯାଇଛି, ସେକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଗଷ୍ଟ ୧୫ରୁ କୋଟିଆ ଅଞ୍ଚଳରେ ତେଲୁଗୁ ଭାଷାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛି ଆନ୍ଧ୍ର ସରକାର । କୋଟିଆ ହାତେଇବା ପାଇଁ ପୁରୁଣା ଯୋଜନାରେ ବିଶେଷ ସଫଳତା ନମିଳିବାରୁ ଭାଷା ଭିତ୍ତିରେ ବିଭେଦ ସୃଷ୍ଟି ପାଇଁ କରୁଛି ଷଡ଼ଯନ୍ତ୍ର । ୨୨ଟି ଗାଁରେ ତେଲଗୁ ଫଳକ ଲଗାଇବା ପାଇଁ ମଧ୍ୟ ଯୋଜନା ରହିଛି ।

ଗୋଟିଏ ପଟେ କୋଟିଆକୁ ଛଡ଼ାଇ ନେବା ପାଇଁ ରଣନୀତି ପରେ ରଣନୀତି ବନାଉଛି ଆନ୍ଧ୍ର । ଅନ୍ୟପଟେ ଓଡ଼ିଶାର ରାଜସ୍ୱ ବିଭାଗ ହାତବାନ୍ଧି ବସିଛି । ଆନ୍ଧ୍ରର ନେତା ଠାରୁ ପ୍ରଶାସନ ପର୍ଯ୍ୟନ୍ତ କୋଟିଆ ଅଂଚଳରେ ଲୋକଙ୍କୁ ନିଜ ଆଡକୁ ନେବା ପାଇଁ ବାରମ୍ବାର ପ୍ରୟାସ ଚଳାଉଛନ୍ତି, ହେଲେ ଗଠନ ହୋଇଥିବା ଗୃହ କମିଟି ଏପର୍ଯ୍ୟନ୍ତ କୋଟିଆ ଯାଇପାରି ନାହିଁ । ଏପଟେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଆମେ କୋଟିଆରେ କାହାକୁ ପୂରାଇ ଦେବୁନି, ଆଇନଗତ ଲଢ଼େଇ ଲଢ଼ିବୁ ।

ଆନ୍ଧ୍ରର ଏହି ରଣନୀତିକୁ କାର୍ଯ୍ୟକାରୀ କରିବା ପାଇଁ ବିଜୟ ନଗର ଜିଲ୍ଲାପାଳ ଓ ଲୋକସତା ପାର୍ଟିର କାର୍ଯ୍ୟକାରୀ ସଭାପତି ପୂରା ଦମରେ ଲାଗି ପଡ଼ିଛନ୍ତି । ୩-୪ ଦିନ ତଳେ ଲୋକସତା ପାର୍ଟିର ନେତା ଓ କିଛି ସରକାରୀ ଅଧିକାରୀ କୋଟିଆ ଆସି ଲୋକଙ୍କୁ ଜମିପଟ୍ଟା ବାଂଟିବା ପାଇଁ ଯୋଜନା କରିଥିଲେ । ଖବର ପାଇ କୋଟିଆ ରାସ୍ତା ଉପରେ ଚୌକି ପକାଇ ବସିଥିଲେ ପଟାଙ୍ଗୀର ବିଧାୟକ ପ୍ରୀତମ ପାଢ଼ୀ । ତାଙ୍କ ସହ ସ୍ଥାନୀୟ ନେତା ଓ ଅଧିକାରୀ ଡେରା ପକାଇଥିଲେ ।

ଏପରି ଆଭିମୁଖ୍ୟ ଦେଖି ଅଧା ବାଟରୁ ଫେରି ଯାଇଥିଲେ ଆନ୍ଧ୍ର ନେତା ଓ ଅଫିସର । ପୁଣିଥରେ କୋଟିଆ ଭିତରକୁ ପଶିବାକୁ ଉଦ୍ୟମ କଲେ ମାଡ ହେବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ପ୍ରୀତମ ପାଢ଼ୀ । କୋଟିଆ ଦଖଲ ପାଇଁ ପଂଚାୟତ ନିର୍ବାଚନ ଏବଂ ଓଡ଼ିଶା ସରକାରଙ୍କ ବିରୋଧରେ ଲୋକଙ୍କୁ ମତାଇବା ଆଦି କୌଶଳ ଫେଲ ମାରିବା ପରେ ଭାଷା ଭିତିରେ କୋଟିଆ ଅଂଚଳବାସୀଙ୍କୁ ଦି’ଭାଗ କରିବାକୁ ଯୋଜନା କରିଛି ଆନ୍ଧ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe