କନକ ବ୍ୟୁରୋ : ଓଲିଉଡ କଳାକାରଙ୍କ କଳି ଧିରେ ଧିରେ ବଢିବାରେ ଲାଗିଛି । ପ୍ରଥମେ ବଲାଙ୍ଗୀର ଆଉ ଏବେ ବରଗଡ । ଫିଲ୍ମରୁ ଯାତ୍ରା ଏବେ ଯାତ୍ରାମଂଚରେ ଶୁଭିଛି ଜୟ କୋଶଳର ନାରା । କୋଶଳ ସେନାର ସଦସ୍ୟ ବରଗଡର ଯାତ୍ରାକୁ ବିରୋଧ କରି ସ୍ଲୋଗାନ ଦେଇଛି ।
ବରଗଡରେ ଅପେରାକୁ ଜୋରଦାର ବିରୋଧ କରିଛନ୍ତି କୋଶଳ ସେନାର ସଦସ୍ୟ । ବରପାଲି ବ୍ଲକ ପୁଟୁରୁପାଲି ଗାଁର ଯାତ୍ରା ମଂଚରେ ଜୟ କୋଶଲ ନାରା ଲଗାଇଛି କୋଶଳ ସେନା । ଗାଁ କମିଟି ପକ୍ଷରୁ ପୁଟୁରୁପାଲିରେ ମାଆ ଜଗତଜନନୀ ଅପେରା ଚାଲିଥିଲା । ଆଉ ଯାତ୍ରାକୁ ବିରୋଧ କରିବା ସହ ଜୟ କୋଶଳ ନାରା ଦେଇ ଯାତ୍ରାକୁ ବନ୍ଦ କରିଦେଇଥିଲେ ଜୟ କୋଶଳ ସେନାର ସଦସ୍ୟ । ବୁଧବାର ରାତିରେ ଯାତ୍ରା ଆରମ୍ଭ ହେବା ମାତ୍ରେ କୋଶଳର ସେନାର ସଦସ୍ୟ ଷ୍ଟେଜକୁ ଚଢି ନାରା ଦେବା ସହ ଯାତ୍ରା ବନ୍ଦ କରିଦେଇଥିଲେ । ପଶ୍ଚିମ ଓଡିଶାରେ ଯାତ୍ରାକୁ ଜୋରଦାର ବିରୋଧ କରାଯିବ ବୋଲି ସେନାଚେତାବନୀ ଦେଇଛି ।
ସେପଟେ ଝାରସୁଗୁଡାରେ ପ୍ରଥା ଫିଲ୍ମ ପୋଷ୍ଟର ଚିରିବା ଘଟଣା ଥମିବା ପରିବର୍ତେ ବଢିବାରେ ଲାଗିଛି । ନ୍ୟାୟ ଦାବି କରି ଲଢେଇ ଜାରି ରଖିଛନ୍ତି ଫିଲ୍ମର ପ୍ରଯୋଜିକା ସନଲିସା । ୨୩ ତାରିଖରୁ ବିଧାନସଭା ଆଗରେ ପ୍ରତିବାଦ କରିବାକୁ ସେ ଘୋଷଣା କରିଛନ୍ତି । ବିବାଦ ଯୋଗୁଁ ଯେଉଁ ଫିଲ୍ମ ନିର୍ମାତାଙ୍କ କ୍ଷତି ହୋଇଛି ସେମାନେ ପ୍ରତିବାଦରେ ସାମିଲ ହୋଇପାରିବେ ବୋଲି କହିଛନ୍ତି । ପୋଷ୍ଟର ଚିରା ଘଟଣାରେ ପୁଲିସ ଡିଜି ଓ ଏସପିଙ୍କୁ ଚିଠି ଲେଖିବାକୁ ପ୍ରଯୋଜକ ସଂଘକୁ ଅନୁରୋଧ କରିଛନ୍ତି ସନଲିସା ।
ଫିଲ୍ମ ବିବାଦ ଓଲିଉଡରୁ ରାଜନୀତି, ଏବେ ମହିଳା କମିଶନଙ୍କ ପାଖରେ ପହଂଚିଛି । ମହିଳା କମିଶନଙ୍କୁ ଭେଟି ଫେରାଦ ହୋଇଛନ୍ତି ପ୍ରଯୋଜକ ସନଲିସା । ସେ ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ମଧ୍ୟ ଦେଖା କରି ଅଭିଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/25-5.jpg)