ବରଗଡ ବରପାଲିରେ ଯାତ୍ରା ପେଣ୍ଡାଲକୁ ଚଢ଼ି କୋଶଳ ସେନାର ପ୍ରତିବାଦ । ଜୟ କୋଶଳ ସ୍ଲୋଗାନ ଦେଇ ବନ୍ଦ କଲେ ଜଗତଜନନୀ ପାର୍ଟିର ଯାତ୍ରା

105

କନକ ବ୍ୟୁରୋ : ପୁଣି ଅପେରାକୁ ବିରୋଧ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପୁଟୁରୁପାଲି ଗାଁରେ ଯାତ୍ରା ମଂଚରେ ଜୟ କୋଶଲ ନାରା ଲଗାଇଲା କୋଶଲ ସେନା । ମାଆ ଜଗତଜନନୀ ଅପେରା ପାର୍ଟିକୁ ଯାତ୍ରା ଆରମ୍ଭରୁ ବିରୋଧ କରିବା ସହ ଜୟ କୋଶଲ ନାରା ଦେଇ ଯାତ୍ରା ବନ୍ଦ କରି ଦିଆଯାଇଛି । ପୂର୍ବରୁ ବଲାଙ୍ଗୀରର ବେଲପଡ଼ା ଅଂଚଳରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ଯାତ୍ରା ମଂଚରେ ଆଙ୍କରଙ୍କୁ ଜୟ କୋଶଲ କୁହାଯିବା ପାଇଁ ବାଧ୍ୟ କରାଯାଇଥିଲା । ଓଲିଉଡ କଳାକାରଙ୍କ କଳି ପରେ ଏପରି ବିବାଦ ବଢ଼ିବାରେ ଲାଗିଛି ।