ଆଞ୍ଚଳିକ ବିଭେଦ ବଢାଉଛି କଳାକାରଙ୍କ କଳି । ବଲାଙ୍ଗୀର, ପାଟଣାଗଡରେ ଯାତ୍ରାକୁ କୋଶଳ ମୁକ୍ତି ମୋର୍ଚ୍ଚାର ବିରୋଧ

151

କନକ ବ୍ୟୁରୋ : କଳାକାରଙ୍କ କଳିରେ ବଳି ପଡୁଛି ଯାତ୍ରା । ପୁଣି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବିରୋଧ କରାଯାଇଛି । ବଲାଙ୍ଗୀର ସଇଁତଳା ଥାନା ତିଣ୍ଡାପାଲିରେ ଯାତ୍ରା ଚାଲିଥିବା ବେଳେ ଜୋରଦାର ବିରୋଧ କରାଯାଇଥିଲା । ତିଣ୍ଡାପାଲିରେ ୪ ଦିନ ଧରି ଏହି ଯାତ୍ରା ଚାଲିବାକୁ ଥିବା ବେଳେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।

ଯାତ୍ରାର ପ୍ରଥମ ଦିନରୁ କୋଶଳ ସେନା ବିରୋଧ କରିଥିଲା । ଯାତ୍ରା ଚାଲୁଥିବା ବେଳେ କୋଶଳ ସେନା ପହଂଚି ବିରୋଧ କରିବା ସହିତ ଯାତ୍ରାକୁ ସମ୍ପୁୁର୍ଣ୍ଣ ରୂପେ ବନ୍ଦ କରିଦେଇଥିଲେ । ଏବେ କଳାକାରଙ୍କ କଳିରେ ଯାତ୍ରା ଜଗତ ମଧ୍ୟ ପ୍ରଭାବିତ ହେଲାଣି । ଯାହାପାଇଁ ବହୁ କଳାକାର ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଲେଣି । କୋଶଳ ସେନା ପକ୍ଷରୁ ପ୍ରଥମେ ପାଟଣାଗଡରେ ବିରୋଧ କରି ବନ୍ଦ କରାଯାଇଥିଲା । ଏବେ ଅନ୍ୟ ସ୍ଥାନ ଗୁଡିକରେ କୋଶଳ ପକ୍ଷରୁ ଯାତ୍ରା ବନ୍ଦ କରାଯାଉଛି । ଯାହାଦ୍ୱାରା ଯାତ୍ରାର କଳାକାର ମାନେ ବେଶ ପ୍ରଭାବିତ ହେବାରେ ଲାଗିଛନ୍ତି ।