କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ରାସ୍ତା ଘେରିଲେ କୋଶଳ ଯୁବ ମୋର୍ଚ୍ଚା କର୍ମୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ବଲାଙ୍ଗୀର ଜିଲ୍ଲା ସଇଁତଳାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଥିଲେ କୋଶଳ ଯୁବ ମୋର୍ଚ୍ଚା କିଛି ଯୁବକ ।
ଆବାସ ଯୋଜନା ବଂଟନରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଅବହେଳା ଅଭିଯୋଗ କରି ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ଥିଲେ । ଏମିତି କି ଏହି ପ୍ରସଙ୍ଗକୁ ଓଡ଼ିଶା ବିଧାନସଭାରେ ଉତ୍ଥାନ କରିବା ପାଇଁ ଦାବି କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶାରେ ଡବ୍ଲୁଓଡିସିର ମୁଖ୍ୟାଳୟ ଏବଂ ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ଆଦି ଦାବି ମନ୍ତ୍ରୀଙ୍କ ସାମ୍ନାରେ ରଖିଥିଲେ । ମନ୍ତ୍ରୀ ଟୁକୁନି ସାହୁ, ଯୁବକମାନଙ୍କୁ ବୁଝା ସୁଝା କରିବା ସହ ପୁଲିସ୍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ କୋଶଳ ଯୁବ ମୋର୍ଚ୍ଚାର କର୍ମୀମାନେ ରାସ୍ତାରୁ ହଟିଥିଲେ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us