କନକ ବ୍ୟୁରୋ: ନଭେମ୍ବର ୧୫ରେ ୧୨ ଘଂଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଅଖ ଚକ ସବୁ ବନ୍ଦ ରଖିବାକୁ କୋଶଳ ରାଜ୍ୟ ମିିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଣାଇ ଦିଆଯାଇଛି । ଦୀର୍ଘ ଦିନ ଧରି ପୂର୍ବାଞ୍ଚଳ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଆସୁଛନ୍ତି । ଏପରିକି ପଶ୍ଚିମ ଓଡ଼ିଶ।।ର କଳା ସଂସ୍କୃତି ପ୍ରତି ତାଙ୍କର ଦରଦ ନଥିବା ଅଭିଯୋଗ ଆଣିଛନ୍ତି ପଶ୍ଚିମାଂଚଳ ବାସୀ । ସରକାରଙ୍କ ଏହି ମନୋବୃତ୍ତି ଖୁବଶିଘ୍ର ନବଦଳିଲେ କୋଶଳ ମହାବନ୍ଦ ଦୀର୍ଘ ଦିନ ଧରି ଚାଲିବ । ଏହି ବନ୍ଦରେ ପଶ୍ଚିମ ଓଡ଼ିଶାର ସବୁ ଲୋକ ସାମିଲ ହେବା ସହ କୋଶଳ ବାଦୀ ସଙ୍ଗଠନ ସାମିଲ ହେବାକୁ ଅପିଲ କରିଛି କମିଟି । ତେବେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ସେବା ବନ୍ଦ ରଖିବାକୁ କମିଟି ପକ୍ଷରୁ କୁହାଯାଇଛି ।