କୁନ୍ଦୁଲି ଗଣଦୁଷ୍ମର୍ମ ଘଟଣା ପ୍ରତିବାଦରେ କଂଗ୍ରେସ ଓ ମାଓବାଦୀଙ୍କ କୋରାପୁଟ ବନ୍ଦ ଡାକରା !

Advertisment
କୁନ୍ଦୁଲି ଗଣଦୁଷ୍ମର୍ମ ଘଟଣା ପ୍ରତିବାଦରେ କଂଗ୍ରେସ ଓ ମାଓବାଦୀଙ୍କ କୋରାପୁଟ ବନ୍ଦ ଡାକରା !

କନକ ବ୍ୟୁରୋ : କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରା ପଡି ନ ଥିବାରୁ କଂଗ୍ରେସ ପକ୍ଷରୁ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ପକ୍ଷରୁ ୭ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ କରାଯିବ। ସେହିପରି ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରି ଦିଆଯିବ। ତେବେ ଜରୁରୀ କାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କହିଛନ୍ତି ଯେ, ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ଟାଳଟୁଳ ନୀତି ଗ୍ରହଣ କରୁଛି। ଏହି ସମ୍ବେଦନଶୀଳ ମାମଲାକୁ ସପ୍ତାହେ ବିତିଥିଲେ ମଧ୍ୟ ପୁଲିସ ଜଣଙ୍କୁ ବି ଗିରଫ କରିପାରିନି। ତେଣୁ ଏହା ବିରୋଧରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରହିବ ବୋଲି ସେ କହିଛନ୍ତି।ତେବେ ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ବିଜେଡି କହିଛି ।

ସେହିପରି ମାଓବାଦୀମାନେ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି। ସେମାନେ ୧୨ଘଣ୍ଟିଆ ବନ୍ଦ ପାଳନ କରିବେ ବୋଲି ଅଡିଓ ଟେପ୍ ଜରିଆରେ ଜଣାଇଛନ୍ତି। ଯବାନ ମାନେ ଏଭଳି ଜଘନ୍ୟ କାମ କରିଥିବାରୁ ଏହାକୁ ନିନ୍ଦା କରିଛନ୍ତି ମାଓବାଦୀ । ଏହି ବନ୍ଦ ପାଳନକୁ ନେଇ ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe