କନକ ବ୍ୟୁରୋ : ମା’ ବିରଜାଙ୍କ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇଲେ ଆକାଶ ଦାସ ନାୟକ । ନିର୍ବାଚନ ତାରିଖ ଘୋଷଣା ସହ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋର ଧରିଛି । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସର ଅଙ୍କ ଛିଡୁ ନଥିବା ବେଳେ ବିଜେପିର କୋରେଇ ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଆକାଶ ଦାସ ନାୟକ ନିଜର ସମର୍ଥକମାନଙ୍କ ସହ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆକାଶ ପୂର୍ବରୁ କୋରେଇର ବିଧାୟକ ଭାବେ କାର୍ଯ୍ୟ କରି ଲୋକଙ୍କ ପ୍ରିୟ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ତାଙ୍କୁ ଜନ୍ମ ମାଟିରେ ଜନସାଧାରଣ ଭରସା କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।
ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ପରେ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଆକାଶ ଦାସ ନାୟକ ବିଜେପିରୁ ଟିକେଟ ପାଇଛନ୍ତି । କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି ଓ ତାଙ୍କ ସମର୍ଥକ ଆକାଶଙ୍କୁ ସ୍ୱାଗତ କରିଛନ୍ତି । ବ୍ୟାସନଗର ପୌର ପରିଷଦ ମୁଣ୍ଡମାଳ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନଙ୍କୁ ଭେଟିଛନ୍ତି ଆକାଶ । କୋରେଇ ନିର୍ବାଚନ ମଣ୍ଡଳୀର ସମସ୍ତେ ବିଜେପି କାର୍ଯ୍ୟକର୍ତା ଏକଜୁଟ ହୋଇ ନିର୍ବାଚନ ବୈତରଣୀ ପାର ହେବା ବୋଲି ବିଜେପି ନେତ୍ରୀ ସଂଚିତା ମହାନ୍ତି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/04/30-5.jpg)