ଜଳବାୟୁ ପରିବର୍ତନରେ ସହାୟକ ହେବ କୋରାପୁଟର ଦେଶୀ ବିହନ। ବନ୍ୟା, ମରୁଡ଼ି ଓ ଲୁଣି ପରିବେଶ ସହ୍ୟ କରିପାରିବ ୩ ପ୍ରଜାତିର ଧାନ।

53

କନକ ବ୍ୟୁରୋ: ଜଳବାୟୁ ପରିବର୍ତନରେ ସହାୟକ ହେବ କୋରାପୁଟର ୩ଟି କିସମର ଦେଶୀ ବିହନ । ବନ୍ୟା ମରୁଡ଼ି, ଲୁଣି ପରିବେଶ ସହ୍ୟ କରିପାରିବ କଳାଜିରା, ହଳଦୀ ଚୁଡ଼ି ଓ ମାଛକଂଟା ଧାନ । କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଏକ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଜଳବାୟୁ ପରିବର୍ତନ ଚାଷୀଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଏଥିପାଇର୍ ଚାଷୀଙ୍କୁ ଉଚିତ୍ ସମୟରେ ଉପଯୁକ୍ତ ପରିବେଶ ମିଳିପାରୁନାହିଁ । କେତେବେଳେ ଅଦିନିଆ ବର୍ଷା ତ ପୁଣି କେତେବେଳେ ମରୁଡ଼ିର ଶିକାର ହେଉଛନ୍ତି ଚାଷୀ । ଏହାକୁ ନଜରରେ ରଖି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ଓ ସ୍ୱାମୀନାଥନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏହି ତିନୋଟି ବିହନ ପ୍ରତିକୂଳ ପରିବେଶରେ ଉପଯୋଗୀ ହେବ ବୋଲି କହିଛନ୍ତି ।

କୋରାପୁଟ ଜିଲ୍ଲାରେ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଚାଷୀ ନିଜ ସୁବିଧା ଓ ଲାଭ ଅନୁସାରେ ଅଳ୍ପ କେତୋଟି ଧାନ ବିହନ ଚାଷ କରୁଛନ୍ତି । ଏଭଳି କିଛି ଚାଷୀ ଅଛନ୍ତି, ଯେଉଁମାନେ ପୁରାତନ ଧାନ ବିହନକୁ ସାଇତି ରଖିଛନ୍ତି । ଯାହା ଏବେ ଗବେଷଣାରେ ସହାୟକ ହୋଇପାରୁଛି । ଚାଷୀଙ୍କୁ ମଧ୍ୟ ଏହି କିସମ ଧାନ ଚାଷ କରିବା ପାଇଁ ଏବେଠାରୁ ପ୍ରବର୍ତାଇବା ଆରମ୍ଭ କଲେଣି ସ୍ୱାମୀନାଥନ ଗବେଷଣା କେନ୍ଦ୍ର । ମୁଖ୍ୟତଃ କଳାଜିରା ଧାନକୁ ଅଧିକ ଗୁରୁତ୍ୱ ଦେଉଛି ଚାଷୀ । ଏବଂ ଅନ୍ୟ ସଂଗଠନ ମାନେ ମଧ୍ୟ ଏହାକୁ ସହଯୋଗ କରୁଛନ୍ତି ।

ଅନ୍ୟ ଚାଷ ଅପେକ୍ଷା ଧାନଚାଷ ଉପରେ ସରକାର ଅଧିକା ଗୁୁରୁତ୍ୱ ଦେଉଛନ୍ତି । ହେଲେ ଜଳବାୟୁ ପରିବର୍ତନରେ ଏହି ଚାଷ କେତେ ସହାୟକ ହୋଇପାରିବ ସେଥିପ୍ରତି ସରକାର ସଜାଗ ରହିବା ଆବଶ୍ୟକତା ରହିଛି ।