ଓଲଟିଲା କାଠ ବୋଝେଇ ଟ୍ରକ : ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ

97

କନକ ବ୍ୟୁରୋ : କୋରାପୁଟ ବୈପାରିଗୁଡ଼ା ରାସ୍ତାରେ ଓଲଟିଲା କାଠ ବୋଝେଇ ଟ୍ରକ । ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଯିବାକୁ ଯୋଗାଯୋଗ ବନ୍ଦ ରହିଛି । ଗତକାଲି ରାତିରେ ବୈପାରିଗୁଡ଼ାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ବୈପାରିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯାତାୟତ ସ୍ୱାଭାବିକ କରିବାରେ ଲାଗିଛନ୍ତି ।