କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶକୁ ଓଡିଶାର କଡା ଜବାବ । କୋଟିଆରେ ପୁଣି ଓଡିଆ ନାମ ଫଳକ ଲଗାଇଛି କୋରାପୁଟ ପ୍ରଶାସନ । କୋଟିଆରେ ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ଚାଲିଥିବା ଟଣାଓଟରା ଥମିବାର ନାଁ ନେଉ ନାହିଁ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆ ଅଂଚଳରେ ପୁଣି ଓଡିଆ ନାମ ଫଳକ ଲଗାଯାଇଛି । କୋଟିଆ ଅଂଚଳରେ ଓଡିଆରେ ଲେଖାଯାଇଥିବା ନାମ ଫଳକକୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଲିଭାଇ ଦିଆଯାଇଥିଲା । ଏହାପରେ କୋରାପୁଟ ପ୍ରଶାସନର ଅଧିକାରୀ କୋଟିଆ ପହଂଚି ଓଡିଆରେ ନାମ ଫଳକ ଲେଖିଛନ୍ତି । କୋରାପୁଟ ପ୍ରଶାସନ ପକ୍ଷରୁ କୋଟିଆର ନେରେଡି, ୱାଲସା, ଆରଜୁୱାଲସା, ତଳସେମ୍ବିରେ ଆନ୍ଧ୍ର ଲିଭାଇଥିବା ନାମ ଫଳକରେ ପୁଣି ଓଡିଆ ଭାଷାରେ ଲେଖାଯାଇଛି ।

Advertisment