କିଏ ହେବ କୋରାପୁଟ କିଙ୍ଗ୍? କଂଗ୍ରେସ ଗଡରେ ଗତ ୧୦ ବର୍ଷ ହେଲା ଉଡୁଛି ସବୁଜ ବାନା, ଫଟୋରେ ଫଟୋରେ ଦେଖନ୍ତୁ କୋରାପୁଟ ଲୋକସଭା ଅଧିନରେ ଆସୁଥିବା ୭ଟି ବିଧାନସଭା ଆସନର ପୂରା ତଥ୍ୟ ।

197

କନକ ବ୍ୟୁରୋ : କୋରାପୁଟ କମାଣ ଧରିବ କିଏ? ପ୍ରାର୍ଥୀ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ । ହ୍ୟାଟ୍ରିକ ବିଜୟ ପାଇଁ ବିଜେଡିର ଅଙ୍କକଷା । ପୁରୁଣା ଗଡରେ ବିଜୟ ଧ୍ୱଜା ଉଡାଇବା ପାଇଁ କଂଗ୍ରେସ କରୁଛି କସରତ । ପ୍ରଥମ ଥର ପାଇଁ ଖାତା ଖୋଲିବାକୁ ନୂଆ ସିପାହୀଙ୍କୁ ଧରି ମୈଦାନକୁ ଓହ୍ଲାଇଛି ବିଜେପି । ପୂର୍ବରୁ ଏହି ଆସନଟି କଂଗ୍ରେସର ଗଡ ହୋଇ ରହିଥିବା ବେଳେ ଗତ ୨ଟି ନିର୍ବାଚନରେ ବିଜୟୀ ହୋଇ ଆସୁଛି ବିଜେଡି ।

କୋରାପୁଟ : ଦିଲ୍ଲୀ ଲଢେଇ ପାଇଁ ବିଜେପିର ସାରଥୀ ଜୟରାମ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ କିଛି ।
କୋରାପୁଟ : ଗଡ ରକ୍ଷା ପାଇଁ ବିଜେଡିର ଯୋଦ୍ଧା ସାଜିଛନ୍ତି କୌଶଲ୍ୟା । ଜାଣନ୍ତୁ କୌଶଲ୍ୟାଙ୍କ ବିଷୟରେ କିଛି

ଲକ୍ଷ୍ମୀପୁରରେ ହେବ ଜୋରଦାର ଲଢେଇ । ନୂଆ ମୁହଁ ସହ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି-ବିଜେପି । କଂଗ୍ରେସର ଭରସା ପୁରୁଣା ସିପାହୀ । ୨୦୦୦ ପରଠାରୁ ଉପନିର୍ବାଚନକୁ ମିଶାଇ ମୋଟ ୫ଥର ନିର୍ବାଚନ ହୋଇଛି । ଯେଉଁଥିରେ ବିଜେଡି ୨ଥର, କଂଗ୍ରେସ ୩ ଥର ମାରିଛି ବାଜି । ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି ।

ପଟାଙ୍ଗୀରେ ପରାକ୍ରମ ଦେଖାଇବ କିଏ? କଂଗ୍ରେସର ପୁରୁଣା ଯୋଦ୍ଧାଙ୍କ ସହ ଲଢିବେ ବିଜେପି-ବିଜେଡିର ନୂଆ ଯୋଦ୍ଧା । ୨୦୦୦ ପରଠାରୁ ବିଜେଡି ୩ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଥରେ ଉଡାଇଛି ବିଜୟ ବାନା । ଏଯାଏଁ ବିଜୟର ସ୍ୱାଦ ଚାଖି ପାରିନି ବିଜେପି ।

ଗୁଣୁପୁର ଗଡ ଦଖଲ କରିବ କିଏ? କଂଗ୍ରେସର ପୁରୁଣା ସିପାହୀ ବନାମ ବିଜେଡି- ବିଜେପିର ନୂଆ ଯୋଦ୍ଧା । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, କମବ୍ୟାକ୍ କରିବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି ।

ବିଷମ କଟକରେ ବଡ ବିଜୟ ହାସଲ କରିବ କିଏ? ଜଗନ୍ନାଥଙ୍କ ହାତରେ ବିଜେଡି କମାଣ, କଂଗ୍ରେସର ନେତୃତ୍ୱ ନେଉଛନ୍ତି ନୀଳମାଧବ । ବିଜେପିକୁ ସାହା ଶିବଶଙ୍କର । ୨୦୦୦ ପରଠାରୁ କଂଗ୍ରେସ ଓ ବିଜେଡି ୨ଥର ବିଜୟ ଧ୍ୱଜା ଉଡାଇଥିବା ବେଳେ ଖାତା ଖୋଲିପାରିନାହିଁ ବିଜେପି ।

ରାୟଗଡାରେ ରାଜ କରିବ କିଏ ? ୩ୟ ବିଜୟ ଲକ୍ଷ୍ୟରେ ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ । ବିଜୟ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି ।

କିଏ ହେବ କୋରାପୁଟ କିଙ୍ଗ? ୫ ବର୍ଷ ବନବାସ ପରେ ବିଜୟ ପାଇଁ ବିଜେଡିର ଜୋରଦାର ଉଦ୍ୟମ, ଗଡରକ୍ଷା କରିବା କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଜ । ବିଜେପି ଖାତା ଖୋଲିବାକୁ ଖୋଜୁଛି ସୁଯୋଗ ।

ଜୟପୁରରେ ଜିତିବ କିଏ? ମୈଦାନରେ ରାଜ୍ୟ ରାଜନୀତିର ହେଭିୱେଟ ଚେହେରା । କଂଗ୍ରେସରୁ ତାରା, ବିଜେଡିରୁ ରବି । ବିଜେପିକୁ ପ୍ରଥମ ବିଜୟ ଦେବେ କି ଗୌତମ । ୨୦୦୦ ପରଠାରୁ ବିଜେଡି ବିଜୟର ହ୍ୟାଟ୍ରିକ ମାରିଥିବା ବେଳେ କଂଗ୍ରେସ ୨୦୧୪ରେ କରିଥିଲା କମବ୍ୟାକ ।

ଜୟପୁର : କେମିତି ଥିଲା ତାରା ବାହିନୀପତିଙ୍କ ରାଜନୈତିକ କ୍ୟାରିୟର? ଫଟୋରେ ଦେଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଜୟପୁର : ଜୟପୁର ଆକାଶରେ ପୁଣି ଉଦୟ ହେବେ କି ରବି ? ଜାଣନ୍ତୁୁ ରବିଙ୍କ ରାଜନୈତିକ କ୍ୟାରିୟରର ରୋଚକ ତଥ୍ୟ