କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ନୈାକାଯାତ୍ରା । ପ୍ରତିଦିନ ସ୍କୁଲ ଯିବା ପାଇଁ ବିପଦପୂର୍ଣ୍ଣ ଯାତାୟତ କରନ୍ତି ଛାତ୍ରଛାତ୍ରୀ । କାରଣ ନଦୀ ଆରପଟେ ରହିଛି ସ୍କୁଲ । ଅନ୍ୟ ରାସ୍ତା ଦେଇ ସ୍କୁଲ ଯିବାକୁ ହେଲେ ୨୦ କିଲୋମିଟର ବାଟ ଯିବାକୁ ପଡିଥାଏ । ଡଙ୍ଗାରେ ପାର ହେଲେ ଖୁବ୍ କମ୍ ସମୟ ଲାଗିଥାଏ । ତେଣୁ ଏହି ଦଉଡି ସାହାଯ୍ୟରେ ଡଙ୍ଗାରେ ନଦୀ ପାର ହେଲେ ସ୍କୁଲରେ ପହଂଚିବେ ଛାତ୍ରଛାତ୍ରୀ । ବର୍ଷା ଦିନ ଆସିଲେ ପିତେଇ ନଦୀରେ ଜଳସ୍ତର ବୃଦ୍ଧିପାଇଥାଏ ଆଉ ସ୍କୁଲ ଯିବା ମଧ୍ୟ ସମ୍ଭବ ହୋଇନଥାଏ । ଏହିଭଳି ଦୃଶ୍ୟ ହେଉଛି କୋରାପୁଟ ବ୍ଲକ ଅନ୍ତର୍ଗତ ବଡଶୁକୁ ପଞ୍ଚାୟତ ଅଞ୍ଚଳର । ଦୈନନ୍ଦିନ କାମ ହେଉ କିମ୍ବା ବଜାର ଘାଟ ଯିବା ପାଇଁ ଲୋକେ ଏହି ଡଙ୍ଗାଘାଟ ଉପରେ ନିର୍ଭର କରନ୍ତି । ସବୁଠାରୁ ବଡ଼ କଥା ହେଉଛି ଗାଁ ଲୋକଙ୍କ ଧାନ ଓ ମାଣ୍ଡିଆ ଚାଷ ଜମି ନଦୀ ଆରପଟେ ରହିଛି । ତେଣୁ ଅଧିକାଂଶ ଚାଷୀ ମଧ୍ୟ ବିପଦପୂର୍ଣ୍ଣ ଭାବେ ନଦୀରେ ଯାଇଥାନ୍ତି ।
ମେଡିକାଲ ସେବା ପାଇଁ ମଧ୍ୟ ଲୋକଙ୍କୁ ଏହି ଡଙ୍ଗାରେ ଯିବାକୁ ପଡିଥାଏ । ଡଙ୍ଗାଟିଏ ପାଇଁ ଲୋକେ ବାରମ୍ବାର ଦାବି କରୁଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ତେଣୁ ଗାଁ ଲୋକେ ବାଧ୍ୟ ହୋଇ ୫ ହଜାର ଟଙ୍କା ଦେଇ ଭଡ଼ାରେ ଆଣିଛନ୍ତି ଡଙ୍ଗା । ଦୁଇ ବର୍ଷ ତଳୁ ଏହି ନଦୀରେ ପୋଲ ତିଆରି କାମ ଆରମ୍ଭ ହୋଇଛି । ହେଲେ ଏବେ ତାହା ଅସମ୍ପୁର୍ଣ୍ଣ ଭାବେ ପଡିରହିଛି । ଖୁବ୍ ଶୀଘ୍ର ପୋଲ ନିର୍ମାଣ ସହ ଗାଟିଏରୁ ଦୁଇଟି ଡଙ୍ଗା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-27-18h51m02s433.png)