ଗଛ ଉପରେ ଭାଲୁ...ତଳେ ଜଗିଛି ମଣିଷ : ବୋରିଗୁମ୍ମା ବ୍ଲକ ଆଉଁଳି ଗାଁରୁ ଆସିଛି ଏଭଳି ଚିତ୍ର; ଭାଲୁକୁ ଧରିବାକୁ ବନବିଭାଗର ଉଦ୍ୟମ

Advertisment
ଗଛ ଉପରେ ଭାଲୁ...ତଳେ ଜଗିଛି ମଣିଷ : ବୋରିଗୁମ୍ମା ବ୍ଲକ ଆଉଁଳି ଗାଁରୁ ଆସିଛି ଏଭଳି ଚିତ୍ର; ଭାଲୁକୁ ଧରିବାକୁ ବନବିଭାଗର ଉଦ୍ୟମ

କନକ ବ୍ୟୁରୋ : ଗଛ ଉପରେ ଭାଲୁ, ତଳେ ମଣିଷ । ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଭାଲୁଟି ଚଢି ଯାଇଥିବା ବେଳେ ତଳେ ରୁଣ୍ଡ ହୋଇଛନ୍ତି ଲୋକେ । ଭାଲୁକୁ ଦେଖି ଆତଙ୍କିତ ଲୋକେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଆଉଁଳି ଗାଁରେ ଏଭଳି ଘଟଣା ଘଟିଛି ।

କିଛି ଦିନ ହେଲା ୨ଟି ଭାଲୁ ଗାଁ ଚାରିପଟେ ବୁଲାବୁଲି କରୁଛନ୍ତି । ଭାଲଙ୍କୁ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ହେଲେ ଆଜି କିଛି ଲୋକ ଶୌଚ ହେବା ପାଇଁ ଯିବା ବେଳେ ଭାଲୁଟି ଗଛରେ ଚଢିଯାଇଥିବା ଦେଖି ଡରି ଯାଇଥିଲେ । ତତକ୍ଷଣାତ୍ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଆଉଁଳି ଗାଁରେ ପହଂଚି ଭାଲୁକୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe