ସୀମା ଲଘିଂଲା ଖାକିର ବର୍ବରତା : ମହିଳା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଢାଳିଦେଲେ ମଦ୍ୟପ ପୁଲିସ କର୍ମଚାରୀ

କୋରାପୁଟ ଦାମନଯୋଡିରୁ ଆସିଲା ଅଭାବନୀୟ ଖବର; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି

371

କନକ ବ୍ୟୁରୋ : ସୀମା ଲଂଘିଲା ଖାକି ବାବୁଙ୍କ ବର୍ବରତା । ଚାହା ଦେବାରେ ବିଳମ୍ବ ହେବାରୁ ବୃଦ୍ଧା ମହିଳା ଚା ଦୋକାନୀଙ୍କ ଦେହରେ ଗରମ ଚାହା ଢାଳି ଦେଲେ ମଦ୍ୟପ ପୁଲିସ କର୍ମଚାରୀ । କୋରାପୁଟ ଜିଲ୍ଲା ଦାମନଯୋଡିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡି ଥାନାର ହାବିଲଦାର ସାରଥୀ ହୋତା ଆଜି ସକାଳେ ଚା ଦୋକାନକୁ ଚାହା ପିଇବାକୁ ଯାଇଥିଲେ ।

ହେଲେ ଦୋକାନରେ ଥିବା ବୃଦ୍ଧ ମହିଳା ଚାହା ଦେବାରେ ବିଳମ୍ବ କରିବାରୁ ରାଗି ଯାଇଥିଲେ ସାରଥୀ ହୋତା । ଆଉ ଚା’କୁ ବୃଦ୍ଧାଙ୍କ ପିଠିରେ ଢାଳି ଦେଇଥିବା ଅଭିଯୋଗ ହୋଇଛି । ଗରମ ଚାହା ପଡିବାରୁ ବୃଦ୍ଧାଙ୍କ ପିଠିରୁ ଛାଲ ଉତୁରି ଯାଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।