ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ : ମୃତଦେହ ରଖି ସୁନାବେଡ ଥାନା ସମ୍ମୁଖରେ ଧାରଣା

ଅଭିଯୁକ୍ତକୁ ଗିରଫ ଦାବି, ମୃତ ଯୁବକଙ୍କୁ ସୁନାବେଢ଼ାରେ ହୋଇଥିଲା ମରଣାନ୍ତକ ଆକ୍ରମଣ

90

କନକ ବ୍ୟୁରୋ : କୋରାପୁଟ ସୁନାବେଡ଼ା ନିକଟରେ ୨ଜଣ ଯୁବକଙ୍କୁ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା । ଯୁବକଙ୍କୁ ପ୍ରଥମେ କୋରାପୁଟ ମେଡ଼ିକାଲ କଲେଜରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେଣୁ ଅଭିଯୁକ୍ତଙ୍କ ଗିରଫ ଦାବି କରି ମୃତଦେହ ରଖି ସୁନାବେଡ଼ା ଥାନା ଆଗରେ ପ୍ରତିବାଦ କରିଛନ୍ତି ଲୋକେ । ଉତ୍ୟକ୍ତ ଲୋକେ କୋରାପୁଟ-ବିଶାଖପାଟଣା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ସୁନାବେଡ଼ା ଏସଡ଼ିପିଓ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।