ଡିଜେଲ ଟାଙ୍କିରେ ଗଞ୍ଜେଇ ଚୋରାଚାଲାଣ : ଗଞ୍ଜେଇ ଚାଲାଣ ବେଳେ ଧରିଲା କୋରାପୁଟ୍ ନନ୍ଦପୁର ପୋଲିସ; ଡିଜେଲ ଟ୍ୟାଙ୍କରରୁ ୬ କ୍ୱିଂଟାଲ ଗଂଜେଇ ଜବତ,୨ଗିରଫ

96

କନକ ବ୍ୟୁରୋ : ଗଞ୍ଜେଇ ଚାଲାଣର ଦିନକୁ ଦିନ ନୂଆ ତରିକା ସାମ୍ନାକୁ ଆସୁଛି । ଯାହା ଦେଖିଲେ ଆପଣ ବି ଚକିତ ହୋଇଯିବେ । ଡ଼ିଜେଲ ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ । ଅଭିନବ ଉପାୟରେ ଗଞ୍ଜେଇ ମାଫିଆ ଚୋରାରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ଧରିିବା ସହ ୨ ଜଣଙ୍କୁ ଗିରଫ କରିଛି । କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସ ଏକ ଡିଜେଲ ଟ୍ୟାଙ୍କରରୁ ୬ କ୍ୱିଂଟାଲ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ସଂଜୟ ସିଂ ଓ ରଣଦୀପ ସିଂ ନାମକ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏ ଘଟଣାକୁ ଦେଖିଲେ ଲାଗୁଛି ପୁଲିସ ଯେତିକି ସଜାଗ ହେଉଛି, ତାଠାରୁ ଅଧିକା ଗଳା ବାଟ ଖୋଜୁଛନ୍ତି ଗଞ୍ଜେଇ ମାଫିଆ ମାନେ । ନନ୍ଦପୁର ବ୍ଲକ ଚାଟୁଆରୁ ଗାଁରୁ ଗଞ୍ଜେଇ ଭର୍ତି ଏକ ଡିଜେଲ ଟ୍ୟାଙ୍କରରେ କୋଲକାତାକୁ ଯାଉଥିବା ଖବର ପାଇଥିଲା ପୁଲିସ । ଏହାପରେ ପୁଲିସ ଟ୍ୟାଙ୍କରକୁ ଜବତ କରି ଯାଂଚ କରିବା ପରେ ଟ୍ୟାଙ୍କର ଭିତରୁ ବସ୍ତା ବସ୍ତା ଗଞ୍ଜେଇ ବାହାରିଥିଲା ।