ଧର୍ମ ବଦଳାଇବେ ବିଧାୟକ । ବୁଦ୍ଧଙ୍କ ଶରଣ ନେବେ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ଧର୍ମ ପରିବର୍ତ୍ତନ କରିବା ପଛରେ ରହିଛି କି ରାଜନୈତିକ ଉଦ୍ଦେଶ୍ୟ?

Advertisment
ଧର୍ମ ବଦଳାଇବେ ବିଧାୟକ । ବୁଦ୍ଧଙ୍କ ଶରଣ ନେବେ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ଧର୍ମ ପରିବର୍ତ୍ତନ କରିବା ପଛରେ ରହିଛି କି ରାଜନୈତିକ ଉଦ୍ଦେଶ୍ୟ?

କନକ ବ୍ୟୁରୋ: ଆସନ୍ତାକାଲି ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ଗୋଟିଏ ପଟେ ଦେଶରେ ଧର୍ମକୁ ନେଇ ରାଜନୀତି ତୀବ୍ର ହେଉଛି, ଧର୍ମକୁ ନେଇ ସମାଜ ଭାଗ ଭାଗ ହେଉଛି, ଏପରି ସ୍ଥିତିରେ ଧର୍ମ ବଦଳାଇବାକୁ ଯାଉଛନ୍ତି କୋରାପୁଟ ବିଧାୟକ । ସେ ଯୁକ୍ତି ବାଢିଛନ୍ତି, ବୌଦ୍ଧ ଧର୍ମରେ ମୈତ୍ରୀଭାବ ରହିଛି, ସମାନତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ତାଙ୍କର ବୌଦ୍ଧ ଧର୍ମ ଥିଲା । ତେବେ ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ସଗରିଆ ଏବେ ସ୍ୱଧର୍ମକୁ ଫେରିବା କଥା କହୁଛନ୍ତି, ତେବେ ଆଗରୁ କାହିଁକି ସେ ଧର୍ମ ପରିବର୍ତନ କରିନଥିଲେ? ବର୍ତମାନ ଧର୍ମ ବଦଳାଇବା ପଛରେ ତାଙ୍କର କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି କି?

publive-image

ଦେଶରେ ଧର୍ମକୁ ନେଇ ରାଜନୀତି ଓ ଧର୍ମକୁ ନେଇ ଅସହିଷ୍ଣୁତା ବଢୁଥିବା ବେଳେ ଧର୍ମ ପରିବର୍ତନ ପାଇଁ ମନ ବଳେଇଛନ୍ତି କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ହିନ୍ଦୁ ଧର୍ମ ଛାଡ଼ି ନିଜ ପରିବାର ସହ ବୈଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ । ତାଙ୍କ ସହ ଆହୁରି ୪୦- ୫୦ ଜଣ କରିବେ ଧର୍ମ ପରିବର୍ତନ । ସେ ଯୁକ୍ତି ବାଢିଛନ୍ତି ବୌଦ୍ଧ ଧର୍ମରେ ରହିଛି ପ୍ରଜ୍ଞା, ମୈତ୍ରୀଭାବ ଓ ସମତା ।

publive-image

ଏବେ ପ୍ରଶ୍ନ ଉଠୁଛି, ସ୍ୱଧର୍ମକୁ ଫେରିବା କଥା କହୁଥିବା ବେଳେ କାହିଁକି ଆଗରୁ ଧର୍ମ ପରିବର୍ତ୍ତନ କରିନଥିଲେ କୃଷ୍ଣ ଚନ୍ଦ୍ର ସଗରିଆ? ହିନ୍ଦୁ ଧର୍ମରେ ଏବେ ତାଙ୍କର କ’ଣ ଅସୁବିଧା ହେଲା? ଧର୍ମ ବଦଳାଇବା ପଛରେ ରହିଛି କି ଅନ୍ୟ କିଛି କାରଣ? ଏଥିରେ ରହିଛି କି ରାଜନୈତିକ ଉଦ୍ଦେଶ୍ୟ? ଦଳିତମାନଙ୍କୁ ଆକୃଷ୍ଟ କରିବା ପାଇଁ ରହିଛି କି କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଭିତିରି ଅଭିଳାଷ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe