ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ବିଧାୟକ । ପିଲାଙ୍କୁ ପଚାରିଲେ ଗଣିତ ପ୍ରଶ୍ନ ।

337

କନକ ବ୍ୟୁରୋ: ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ମାଛ ଶିକ୍ଷକ ସାଜି ସେମିଲିଗଡାରେ ଥିବା ଆର କେ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଛନ୍ତି । ପିଲାଙ୍କୁ ଗଣିତ ପଚାରିବା ସହିତ ନିଜେ ଗଣିତ ପାଠ ପଢାଇଥିଲେ ।

ନିଜ ଉପରେ ଆତ୍ମବିଶ୍ୱାସ ରଖିଲେ ଜଣେ ସଫଳତା ପାଇବ ବୋଲି ବିଧାୟକ କହିଛନ୍ତି । ନିଜ ବାବଦରେ ଉଦାହରଣ ଦେଇ ବିଧାୟକ କହିଛନ୍ତି, ସେ ପାଠ ପଢୁଥିବାବେଳେ କ୍ଲାସରେ ତୃତୀୟ ସ୍ଥାନରେ ରହୁଥିଲେ । ପରେ ସେ ଶିକ୍ଷକତା କରୁଥିଲେ ବୋଲି କହିଛନ୍ତି । ଆଜି କିନ୍ତୁ ସେ ବିଧାୟକ ହୋଇପାରିଛନ୍ତି । ଶିକ୍ଷକ ହେବା ପାଇଁ ତାଙ୍କର ଇଚ୍ଛା ରହିଛି । ସମୟ ମିଳିଲେ ସେ ପିଲାଙ୍କୁ ପାଠ ପଢାଇବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି । ଅନେକ ସ୍କୁଲରେ ଅବ୍ୟବସ୍ଥା ରହିଛି । ଏହାର ସମାଧାନ କରାଯିବ ବୋଲି ବିଧାୟକ ରଘୁରାମ ମାଛ କହିଛନ୍ତି ।