କୋରାପୁଟ ବିଧାୟକଙ୍କ ମହତ କାମ: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ପଠାଇଲେ ହସ୍ପିଟାଲ

କୁସୁମଗୁଡା ଘାଟି ନିକଟରେ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ

102

କନକ ବ୍ୟୁରୋ: କୋରାପୁଟ ବିଧାୟକଙ୍କ ମାନବିକତା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ । କୌଣସି ଏକ କାମରେ ଯୋଗ ଦେବା ପାଇଁ ବିଧାୟକ ଲକ୍ଷ୍ମୀପୁର ଯାଉଥିଲେ । ତେବେ ଯିବା ବାଟରେ କୁସୁମଗୁଡା ଘାଟି ନିକଟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ ।

ବିଧାୟକ ଗାଡିରୁ ଓହ୍ଲାଇ ଆସି ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ । ଏଥିସହ ସ୍ଥାନୀୟ ବିଧାୟକଙ୍କୁ ଏ ସମ୍ପର୍କରେ ଅବଗତ ବି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।