କନକ ବ୍ୟୁରୋ: କୋରାପୁଟ ବିଧାୟକଙ୍କ ମାନବିକତା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ । କୌଣସି ଏକ କାମରେ ଯୋଗ ଦେବା ପାଇଁ ବିଧାୟକ ଲକ୍ଷ୍ମୀପୁର ଯାଉଥିଲେ । ତେବେ ଯିବା ବାଟରେ କୁସୁମଗୁଡା ଘାଟି ନିକଟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ ।
ବିଧାୟକ ଗାଡିରୁ ଓହ୍ଲାଇ ଆସି ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ । ଏଥିସହ ସ୍ଥାନୀୟ ବିଧାୟକଙ୍କୁ ଏ ସମ୍ପର୍କରେ ଅବଗତ ବି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/vlcsnap-2021-01-25-09h01m00s152.png)