ବୌଦ୍ଧ ଧର୍ମ ନେବେ ବିଧାୟକ : ଲକ୍ଷ୍ମୀପୁରର ବୁର୍ଜାଠାରେ ବିଶେଷ ଉତ୍ସବର ଆୟୋଜନ । ବଡ ପ୍ରଶ୍ନ, ଧର୍ମ ବଦଳାଇବା ପଛରେ ରହିଛି କି ତାଙ୍କର କିଛି ରାଜନୈତିକ ଉଦ୍ଦେଶ୍ୟ

Advertisment
ବୌଦ୍ଧ ଧର୍ମ ନେବେ ବିଧାୟକ : ଲକ୍ଷ୍ମୀପୁରର ବୁର୍ଜାଠାରେ ବିଶେଷ ଉତ୍ସବର ଆୟୋଜନ । ବଡ ପ୍ରଶ୍ନ, ଧର୍ମ ବଦଳାଇବା ପଛରେ ରହିଛି କି ତାଙ୍କର କିଛି ରାଜନୈତିକ ଉଦ୍ଦେଶ୍ୟ

କନକ ବ୍ୟୁରୋ : ଆଜି ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ଗୋଟିଏ ପଟେ ଦେଶରେ ଧର୍ମକୁ ନେଇ ରାଜନୀତି ତୀବ୍ର ହେଉଛି, ଧର୍ମକୁ ନେଇ ସମାଜ ଭାଗ ଭାଗ ହେଉଛି, ଏପରି ସ୍ଥିତିରେ ଧର୍ମ ବଦଳାଇବାକୁ ଯାଉଛନ୍ତି କୋରାପୁଟ ବିଧାୟକ । ସେ ଯୁକ୍ତି ବାଢିଛନ୍ତି, ବୌଦ୍ଧ ଧର୍ମରେ ମୈତ୍ରୀଭାବ ରହିଛି, ସମାନତା ରହିଛି । ଏଥିପାଇଁ କୋରାପୁଟ ଲକ୍ଷ୍ମୀପୁରର ବୁର୍ଜାଠାରେ ଗତକାଲିଠାରୁ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଛି । ବିଧାୟକ ଓ ତାଙ୍କ ପରିବାରକୁ ଦୀକ୍ଷା ଦେବା ପାଇଁ ୪ ଜଣ ବୌଦ୍ଧ ଭିକ୍ଷୁ ପହଁଚିଛନ୍ତି କୋରାପୁଟରେ ।

publive-image

ବିଧାୟକଙ୍କ ସହ ଆହୁରି ୪୦- ୫୦ ଜଣ କରିବେ ଧର୍ମ ପରିବର୍ତ୍ତନ । ଡକ୍ଟର ଭିମରାଓ ଆମ୍ବେଦକରଙ୍କ ନିତି ଆଦର୍ଶକୁ ଅନୁସରଣ କରି ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ କରୁଥିବା କହିଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ସଗରିଆ ଏବେ ସ୍ୱଧର୍ମକୁ ଫେରିବା କଥା କହୁଛନ୍ତି, ତେବେ ଆଗରୁ କାହିଁକି ସେ ଧର୍ମ ପରିବର୍ତ୍ତନ କରିନଥିଲେ? ବର୍ତ୍ତମାନ ଧର୍ମ ବଦଳାଇବା ପଛରେ ରହିଛି କି ତାଙ୍କର କିଛି ରାଜନୈତିକ ଉଦ୍ଦେଶ୍ୟ? ହିନ୍ଦୁ ଧର୍ମରେ ଏବେ ତାଙ୍କର କ’ଣ ଅସୁବିଧା ହେଲା? ଧର୍ମ ବଦଳାଇବା ପଛରେ ରହିଛି କି ଅନ୍ୟ କିଛି କାରଣ? ଦଳିତମାନଙ୍କୁ ଆକୃଷ୍ଟ କରିବା ପାଇଁ ରହିଛି କି କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଭିତିରି ଅଭିଳାଷ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe