ଚିନ୍ତାରେ କୋରାପୁଟ କୋଟପାଡ଼ର ମିରିଗାନ ଶାଢି କାରିଗର । ପଡ଼ିରହିଛି ଲକ୍ଷ ଲକ୍ଷ ଟଙ୍କାର ଶାଢ଼ି । ବ୍ୟବସାୟ ନାହିଁ କି ରୋଜଗାର ନାହିଁ ।

130

କନକ ବ୍ୟୁରୋ: ଶାଢ଼ି ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ । ଭିନ୍ନ ଭିନ୍ନ ଢ଼ଙ୍ଗରେ ଭିନ୍ନ ଭିନ୍ନ ରଙ୍ଗର ଶାଢ଼ୀକୁ ପିନ୍ଧିିବାକୁ ମହିଳାମାନେ ପସନ୍ଦ କରନ୍ତି । ଆଉ ଯଦି ମିରିଗାନ ଶାଢ଼ୀ ଟିଏ ମିଳିଯାଏ ତାହା ହେଲେ ମହିଳାଙ୍କ ଆନନ୍ଦ କହିଲେ ନ ସରେ । ହାତରେ ବୁଣା ଯାଇଥିବା ଏହି ଲୁଗାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଲୁଗା ପାଇବା ପାଇଁ ହେଲେ ଅଧିକା ପଇସା ଦେବାକୁ ପଡ଼େ ଆଉ ଅପେକ୍ଷା କରିବାକୁ ପଡ଼ୁଥିଲା । ହେଲେ ଏହି କରୋନା କାଳରେ ଏବେ ଏହି ଲୁଗା ନିଜ ପରିଚୟ ଖୋଜୁଛି ।

ସ୍ୱତନ୍ତ୍ର ପରିଚୟ ପାଇଥିବା କୋଟପାଡ଼ର ମିରଗାନ ଶାଢ଼ୀ ଏବେ ନିଜ ପରିଚୟ ଖୋଜୁଛି । ଗୋଟିଏ ଶାଢ଼ୀ ବୁଣିବା ପାଇଁ ହେଲେ ଏକ ମାସ ସମୟ ଲାଗିଥାଏ । କୌଣସି ମେସିନ ଏଥିରେ ବ୍ୟବହାର କରାଯାଏ ନାହିଁ କି କୌଣସି କେମିକାଲ ଏଥିରେ ଦିଆଯାଏ ନାହିଁ ସବୁ କିଛି ହାତ ତିଆରି ରଙ୍ଗ । ମିରିଗାନ ଶାଢ଼ି କୋଟପାଡ଼କୁ ରାଜ୍ୟ ତଥା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ବୁଣାକାରଙ୍କ ଜୀବନରେ ଜୀବିକା ନିର୍ବାହ କରିବାରେ ଦେଇଥିଲା ଏକ ନୂତନ ଆଶା । ନିଜର କୌଳିକ ବୃତ୍ତିକୁ ବଞ୍ଚାଇବାର ଦେଖାଇଥିଲା ବାଟ । ଡ଼ିମାଣ୍ଡ ଅନୁସାରେ ଶାଢ଼ି ମିଳିପାରୁ ନଥିଲା । ଏହି ଶାଢ଼ିର ପରିଚୟରେ ବୁଣାକାରଙ୍କୁ ଅନେକ ସମ୍ମାନ ମିଳୁଥିଲା । ଭଲ ରୋଜଗାର ହେଉଥିଲା । ହେଲେ ଏବେ କରୋନା ସବୁ କିଛି ଓଲଟ ପାଲଟ କରିଦେଲା । ବୁଣାକାର ଙ୍କ ଘରେ ଘରେ ପଡ଼ି୍ ରହିଛି ଲକ୍ଷ ଲକ୍ଷ ଟଙ୍କାର ଶାଢ଼ୀ । ବ୍ୟବ ସାୟ ନାହିଁ କି ରୋଜଗାର ନାହିଁ । ଜିବିକା ଚିନ୍ତାରେ ବୁଣାକାର ।

ମିରିଗାନ ଶାଢ଼ୀର ନିର୍ମାଣ ଶୈଳୀ ଓ ଉନ୍ନତ ମାନକୁ ନେଇ କୋଟପାଡ଼ର ବୁଣାକାର ଗୋବର୍ଦ୍ଧନ ପନିକାଙ୍କୁ ପଦ୍ମଶ୍ରୀ ଉପାଧି ମଧ୍ୟ ମିଳିଛି । ଏହି ଶାଢ଼ୀର ଚାହିଦା ଦେଶ ବିଦେଶରେ ଅଧିକା ରହଛିି । ଏହି ଶାଢ଼ୀରେ ଆଦୀବାସୀ ଅଚଂଳର କଳାର ଛିଟାକୁ ଅତି ନିକଟରୁ ବାରି ହୋଇଥାଏ । ଏହାର ବ୍ୟବସାୟ ଓ ଏଥି ପାଇଁ ଆବଶ୍ୟକ କଚାଂମାଲ ଯୋଗାଣରେ ଅନେକ ଶ୍ରମିକ ନିଯୁକ୍ତି ପାଉଥିଲେ । ବର୍ତମାନ ଏହାର ବିକ୍ରୀ ହେଉନଥିବରୁ ସମସ୍ତେ ଗୋଟିଏ ପ୍ରକାର ଜୀବିକା ହରାଇ ବସିଛନ୍ତି । ଏହି ଅସମୟରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ବୁଣାକାର ଓ ବୁଦ୍ଧିଜୀବୀ ।