ପୁଣି ତେଜିଲା ସେରୁବନ୍ଧ ଖଣି ଖନନ ବିବାଦ । ଖଣି ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲେ, ବିଧାୟକ ଓ ମନ୍ତ୍ରୀଙ୍କୁ ସେରୁବନ୍ଧ ମାଟି ନମାଡ଼ିବାକୁ ଚେତାବନୀ ଦେଲେ ସ୍ଥାନୀୟ ଲୋକେ ।

146

କନକ ବ୍ୟୁରୋ: କୋରାପୁଟରେ ପୁଣି ତେଜିଲା ଖଣି ଖନନ ବିବାଦ । ସେରୁବନ୍ଧ ଖଣି ଖନନକୁ ନେଇ ଖଣି ମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତଳିକା ଦାହ । ମନ୍ତ୍ରୀ ଓ ବିଧାୟକଙ୍କ ବକ୍ତବ୍ୟକୁ ନେଇ ଜୋର ଧରିଛି ବିରୋଧ । ଆଗାମୀ ଦିନରେ ଖଣି ଅଂଚଳରେ କାହାରିକୁ ପୁରାଇ ଦେବେ ନାହିଁ ବୋଲି ଚେତାବନି ଦେଲେ ଖଣି ଅଂଚଳର ପଚାଂୟତବାସୀ । କୋରାପୁଟ ଜିଲ୍ଳାର ପଟାଙ୍ଗୀ ଠାରେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଦସ୍ୟମାନେ ଏକ ବିଶାଳ ଶେଭାଯାତ୍ରା କରିବା ସହ ତହସିଲଦାରଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବି ପତ୍ର ଦେଇଛନ୍ତି ।

ବିଧାୟକ ପ୍ରୀତମ ପାଢ଼ୀ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଳିକ ଦାମନ ଯୋଡ଼ିରେ ଖଣି ଖନନକୁ ନେଇ ଦେଇଥିବା ବିଚାର ଓ ମନ୍ତବ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ ହୋଇଛି । ଖଣି ଖନନକୁ ଅଂଚଳବାସୀ ବିରୋଧ କରିବା ସତ୍ୱେ ଏହାକୁ ଅଂଚଳବାସୀଙ୍କ ସମର୍ଥନ ବୋଲି ଦାମନଯୋଡ଼ିର ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇଥିଲେ ମନ୍ତ୍ରୀ । ଏଥିସହ ଅଂଚଳବାସୀଙ୍କୁ ଯେଉଁ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଏହି ଅଂଚଳରୁ ମନ୍ତ୍ରୀ ଓ ବିଧାୟକ ବାସନ୍ଦ ରହିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଆନ୍ଦୋଳନକାରୀ ।

ସୂଚନା ଅନୁସାରେ ଗତ ଡ଼ିସେମ୍ବର ମାସ ୧୭ ତାରିଖରେ ନାଲକୋର ଖଣି ଖନନକୁ ପରିବେଶ ମଞ୍ଜୁରି ପାଇଁ ପଟାଙ୍ଗି ଠାରେ ଏକ ପଲ୍ଳୀସଭା ହୋଇଥିଲା । ସେଠାରେ ଖଣି ଖନନକୁ ଲୋକେ ବିରୋଧ କରିଥିଲେ । ନାଲକୋ ଦେଉଥିବା ପ୍ରତିଶ୍ରୁତି ପାଳନ କରୁନାହିଁ ତେଣୁ ସେରୁବନ୍ଧ ଖଣି ଖନନକୁ ବିରୋଧ କରି ଅଧାରୁ ବୈଠକ ସରିଥିଲା ।