କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ମହିଳା ପ୍ରାର୍ଥିଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି । ଏସବୁ ଭିତରେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୩ ମହିଳା ପ୍ରାର୍ଥୀ ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପୁରୁଷଙ୍କୁ ପଛରେ ପକାଇ ବାଜି ମାରିନେବେ କି ମହିଳା ପ୍ରାର୍ଥୀ । ଚର୍ଚ୍ଚା ଯେତିକି ବଢ଼ୁଛି ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ସେତେ ଜୋରଦାର ହେଉଛି । ସବୁ ରାଜନୈତିକ ଦଳ ଏବେ ମହିଳା କାର୍ଡ଼ ଖେଳିବା ପାଇଁ ପ୍ରାର୍ଥୀ ଖୋଜା ଆରମ୍ବ କରିଦେଲେଣି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଗାମୀ ନିର୍ବାଚନରେ ମହିଳା ପ୍ରାଥ୍ରୀଙ୍କୁ ଗୁରୁତ୍ୱ ଦିଆଯିବା ନେଇ ବିଜେଡ଼ିର ସଂକେତ ପରେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ଲାଗିପଡିଛନ୍ତି ମହିଳା ପ୍ରାର୍ଥୀୀ । କେବଳ ବିଜେଡି ନୁହେଁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଜେଡ଼ି ପକ୍ଷରୁ ଜିଲ୍ଳା ପରିଷଦ ଅଧକ୍ଷା ସସ୍ମିତା ମେଲେକା ଓ ପୁର୍ବତନ ସାସଂଦ ଝିହ୍ନ ହକକାଙ୍କ ପତ୍ନୀ ତଥା ଗତଥର ସାସଂଦ ପାଇଁ ଲଢ଼େଇ କରିଥିବା ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ନାଁ ସବୁଠୁ ଆଗରେ ରହିଛି । ସେହିପରି କଂଗ୍ରେସ ପକ୍ଷରୁ ବନ୍ଧୁଗାଁ ବ୍ଳକର ଉପାଧକ୍ଷା ଗୀତାଞଳି ପିଡ଼ିକା ଓ ପୁର୍ବତନ କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ପତ୍ନୀ ଅନିତା ଭତ୍ରାଙ୍କ ନାଁ ଏବେ ଚର୍ଚ୍ଚା ଜୋର ଧରିଛି ।
ଯାହାର ଜିତିବାର ସମ୍ଭାବନା ରହିଛି, ଭୋଟର କାହାକୁ ଅଧିକ ଭରସା କରୁଛନ୍ତି ତାକୁ ଦଳ ପରଖୁଥିବା ବେଳେ ଆଶାୟୀମାନେ ଏବେଠୁ ନିଜର ସାଙ୍ଗଠନ ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି । ପ୍ରାଥୀମାନେ ଗାଁ ଗାଁ ବୁଲି ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳୁଛି । ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣ ପାଟଣା ଓ ବନ୍ଦୁଗାଁ ବ୍ଳକକୁ ନେଇ ଗଠିତ ଲକ୍ଷ୍ମୀପୁର ଆସନ ୨୦୧୯ରେ ବିଜେଡ଼ି ପାଖକୁ ଯାଇଛି । ପ୍ରଭୁ ଜାନି ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ରହିଛନ୍ତି । ପୁର୍ବରୁ କଂଗ୍ରେସର କୈଳାସ କୁଲେସିକା ଏଠାରୁ ବିଧାୟକ ଜିତିଥିଲେ । ଏବେ କୈଳାସ ମଧ୍ୟ ବିଜେଡ଼ିରେ ମିଶିଯାଇଛନ୍ତି । ତେଣୁ ଏକାଧିକ ବିଜେଡ଼ି ପ୍ରାର୍ଥୀ ଦଳ ପାଇଁ ଆଗକୁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଟିକେଟ କାହାକୁ ମିଳିବ ନ ମିଳିବ ତାହା ତ ଦୁରର କଥା କିନ୍ତୁ ସାଙ୍ଗଠନିକ ଦାୟୀତ୍ୱ ତୁଲାଉଥିବା ମହିଳା ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।