କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ମହିଳା ପ୍ରାର୍ଥିଙ୍କୁ  ନେଇ ଚର୍ଚ୍ଚା ବଢ଼ୁଛି । ଏସବୁ ଭିତରେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୩ ମହିଳା ପ୍ରାର୍ଥୀ ଙ୍କୁ  ନେଇ  ଏବେ ସବୁଠି ଚର୍ଚ୍ଚା । ପୁରୁଷଙ୍କୁ ପଛରେ ପକାଇ ବାଜି ମାରିନେବେ କି ମହିଳା ପ୍ରାର୍ଥୀ । ଚର୍ଚ୍ଚା ଯେତିକି  ବଢ଼ୁଛି ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ସେତେ ଜୋରଦାର ହେଉଛି । ସବୁ ରାଜନୈତିକ ଦଳ ଏବେ ମହିଳା କାର୍ଡ଼ ଖେଳିବା ପାଇଁ ପ୍ରାର୍ଥୀ ଖୋଜା ଆରମ୍ବ କରିଦେଲେଣି ।

Advertisment

ଆଗାମୀ ନିର୍ବାଚନରେ ମହିଳା ପ୍ରାଥ୍ରୀଙ୍କୁ ଗୁରୁତ୍ୱ ଦିଆଯିବା ନେଇ ବିଜେଡ଼ିର ସଂକେତ ପରେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ଲାଗିପଡିଛନ୍ତି ମହିଳା ପ୍ରାର୍ଥୀୀ । କେବଳ ବିଜେଡି ନୁହେଁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଜେଡ଼ି ପକ୍ଷରୁ  ଜିଲ୍ଳା ପରିଷଦ ଅଧକ୍ଷା ସସ୍ମିତା ମେଲେକା  ଓ ପୁର୍ବତନ ସାସଂଦ  ଝିହ୍ନ ହକକାଙ୍କ ପତ୍ନୀ ତଥା  ଗତଥର ସାସଂଦ ପାଇଁ ଲଢ଼େଇ କରିଥିବା  ପ୍ରାର୍ଥୀ କୌଶଲ୍ୟା  ହିକକାଙ୍କ ନାଁ ସବୁଠୁ ଆଗରେ ରହିଛି । ସେହିପରି  କଂଗ୍ରେସ ପକ୍ଷରୁ ବନ୍ଧୁଗାଁ ବ୍ଳକର ଉପାଧକ୍ଷା ଗୀତାଞଳି ପିଡ଼ିକା ଓ ପୁର୍ବତନ କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ପତ୍ନୀ ଅନିତା ଭତ୍ରାଙ୍କ ନାଁ ଏବେ ଚର୍ଚ୍ଚା ଜୋର ଧରିଛି ।

ଯାହାର ଜିତିବାର ସମ୍ଭାବନା ରହିଛି, ଭୋଟର କାହାକୁ ଅଧିକ ଭରସା କରୁଛନ୍ତି ତାକୁ ଦଳ ପରଖୁଥିବା ବେଳେ  ଆଶାୟୀମାନେ ଏବେଠୁ ନିଜର ସାଙ୍ଗଠନ ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି । ପ୍ରାଥୀମାନେ ଗାଁ ଗାଁ ବୁଲି ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳୁଛି । ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣ ପାଟଣା ଓ ବନ୍ଦୁଗାଁ ବ୍ଳକକୁ ନେଇ ଗଠିତ ଲକ୍ଷ୍ମୀପୁର ଆସନ ୨୦୧୯ରେ ବିଜେଡ଼ି ପାଖକୁ ଯାଇଛି ।  ପ୍ରଭୁ ଜାନି ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ରହିଛନ୍ତି । ପୁର୍ବରୁ କଂଗ୍ରେସର କୈଳାସ କୁଲେସିକା ଏଠାରୁ ବିଧାୟକ ଜିତିଥିଲେ । ଏବେ କୈଳାସ ମଧ୍ୟ ବିଜେଡ଼ିରେ ମିଶିଯାଇଛନ୍ତି ।  ତେଣୁ ଏକାଧିକ ବିଜେଡ଼ି ପ୍ରାର୍ଥୀ ଦଳ ପାଇଁ  ଆଗକୁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଟିକେଟ  କାହାକୁ ମିଳିବ ନ ମିଳିବ ତାହା ତ ଦୁରର କଥା କିନ୍ତୁ ସାଙ୍ଗଠନିକ ଦାୟୀତ୍ୱ ତୁଲାଉଥିବା ମହିଳା ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।