କନକ ବ୍ୟୁରୋ : କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଆଉ ଏକ ଜନସ୍ୱାର୍ଥ ମାମଲା ରୁଜୁ । କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଭାରତୀୟ ବିକାଶ ପରିଷଦର ଯୁଗ୍ମ ସମ୍ପାଦକ ତଥା ସମାଜସେବୀ ସୂର୍ଯ୍ୟମଣି ବେହେରା ।
ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, କୋରାପୁଟ ଏସ.ପି, ବିଏସଏଫ ଆଇ.ଜି.ଙ୍କ ସମେତ ମୋଟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ପୋଲିସ ଡିଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/14-1.png)